ମହା ଶିବ ରାତ୍ରି ଅବସରରେ ଚଳ ଚଞ୍ଚଳ ପୁରୀ ର ବାବା ଲୋକନାଥ ଙ୍କ ପୀଠ
ବାବା ଲୋକନାଥ ଙ୍କୁ ଦର୍ଶନ କରିବା ଓ ଜଳ ଅଭିଷେକ କରିବା ଲାଗି ବିଭିନ୍ନ ସ୍ଥାନ ରୁ ଭକ୍ତ ଙ୍କ ଭିଡ଼ ଜମିଛି l ରାତ୍ର ୧୨.୩୦ ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର ୧୦ ରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ନୀତି,ରାତ୍ର ୨ ଘଟିକା ରୁ ରାତ୍ର ୩ ଘଟିକା ପର୍ଯ୍ୟନ୍ତ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି l ସେପଟେ ବାବା ଲୋକନାଥ ଙ୍କ ନିକଟରେ ସ୍ୱତନ୍ତ୍ର ଚୁଡା ଘସା ଭୋଗ ଲଗାଉଛନ୍ତି ଭକ୍ତ l ବର୍ଷ କୁ ଠାରେ ବାବା ଲୋକନାଥ ଙ୍କ ନିକଟରେ ଏହି ସ୍ୱତନ୍ତ୍ର ଚୁଡା ଘସା ଭୋଗ ଦେଖିବାକୁ ମିଳିଥାଏ l ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ଲାଗି 11 ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଧିକାରୀ ମାନେ ସୁରକ୍ଷା ଦାଇତ୍ୱ ରେ ନିୟଜିତ ଅଛନ୍ତି
