ପୁରୀ ଭୁବନେଶ୍ୱର ଓ କଟକକୁ ଗୋଟିଏ ସହରରେ ପରିଣତ କରାଯିବ:
ପୁରୀ ୨୭/୧ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ଏବଂ ପୁରୀ ପୌର ପରିଷଦ ର ମିଳିତ ଆନୁକୂଲ୍ୟରେ ପୁରୀ ଶରଧାବାଲି ଠାରେ ଆରମ୍ଭ ହୋଇଛି ୫ ଦିନିଆ ସାଞ୍ଝା କାର୍ଯ୍ୟକ୍ରମ।ଆଜି ସଂଧ୍ୟାରେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ମେଳା ଆମ ସ୍ବୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କ ପାଇଁଏହା ଏକ ବଡ ଉପଲବ୍ଧି।ସେମାନଙ୍କ ଉତ୍ପାଦିତ ସାମଗ୍ରୀ ର ପ୍ରଦର୍ଶନ ଓ ବିକ୍ରୀ ପାଇଁ ଏହା ସୁଯୋଗ ସୃଷ୍ଟି ସହ ସେମାନ ଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ। ଓଡିଶା ପାଇଁ ଏହା ଏକ ଶୁଭ ସଂକେତ ଯେ ଏହି କାର୍ଯ୍ୟକ୍ରମ ପାଇଁ ଦେଶର ୨୫ଟି ପାଇଲଟ ସହର ମଧ୍ୟରେ ପୁରୀ କୁ ବାଛି ଥିବା ରୁ କେନ୍ଦ୍ର ସରକାରଙ୍କୁ ସେ ଅଶେଷ ଧନ୍ୟବାଦଜଣାଇଥିଲେ।୨୦୪୭ ସୁଦ୍ଧା ବିକଶିତ ଦେଶ କରିବା ଲକ୍ଷ୍ୟ ରେ ସମସ୍ତ ବଡ ବଡ କାର୍ଯ୍ୟକ୍ରମ ଓଡିଶା ଓ ପୁରୀ ରେ କରାଯାଉଛି, ଯାହା ବିକଶିତ ଓଡିଶା ରେ ସହାୟକ ହେବ।ସାଞ୍ଝା ମା ମାନଙ୍କ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହେବ।ଏହା ୨କୋଟି ମା ମାନଙ୍କୁ ଲକ୍ଷପତି ମା କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ସ୍ବପ୍ନ କୁ ସାକାର କରିବ ବୋଲି ମନ୍ତ୍ରୀ କହିଥିଲେ।ପୁରୀ ଭୁବନେଶ୍ୱର କଟକ କୁ ଗୋଟିଏ ସହରରେ ପରିଣତ କରାଯିବା ସହ ପୁରୀ କୁ ସବୁଜ,ସ୍ଵଛ, ସୁସ୍ଥ ସହରରେ ପରିଣତ କରିବାକୁମନ୍ତ୍ରୀ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇସହରାଞ୍ଚଳର ଗରିବୀ ହଟାଇବା ପାଇଁଗୃହ ଓ ନଗର ଉନ୍ନୟନ ବିଭାଗର ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ।ଏହାର ମୂଳ ଲକ୍ଷ୍ୟ କୌଣସି ପରିବାର ଗରିବୀରେ ନ ରହୁ।।

ମା ମାନେ ପରିବାର ର ମୁଖ୍ୟ ଅଙ୍ଗ।ସେମାନଙ୍କ ଉତ୍ପାଦ ପାଇଁ ଏହି ବ୍ୟବସ୍ଥା ସେମାନ ଙ୍କୁ ପ୍ରୋତ୍ସାହିତ କରିବା ସହ ବଜାର ସୃଷ୍ଟି ହେବ ଓ ଆର୍ଥିକ ମଜବୁତ କରାଇବ ବୋଲି ସେ କହିଥିଲେସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସାଞ୍ଝା ସମସ୍ତଙ୍କୁ ଏକତ୍ରିତ କରି ଏକ ଆର୍ଥିକ ସମୃଦ୍ଧି ଦିଗରେ ମାର୍ଗଦର୍ଶନ କରାଇବ ବୋଲି କହିଥିଲେ।ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏହି କାର୍ଯ୍ୟକ୍ରମ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କ୍ଷୁଦ୍ର ବ୍ୟବସାୟ ର କାରିଗର ଏବଂ ଉତ୍ପାଦ ସମାରୋହର ଏକ ଅନନ୍ୟ ମେଳା। ହସ୍ତଶିଳ୍ପ ଓ ସ୍ବଦେଶୀ ଉତ୍ପାଦ ୮୦ ରୁ ଉର୍ଦ୍ଧ୍ବ ଷ୍ଟଲ ସହ ସାସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି ବୋଲି କହିବା ସହ ଏହି ମେଳା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ।ପରେ ସମସ୍ତ ଅତିଥି ମାନେ ଷ୍ଟଲ ପରିଦର୍ଶନ କରିଥିଲେ।
