ପୁରୀ ବିଜେଡି ପକ୍ଷରୁ ୨୯ ତମ ପ୍ରତିଷ୍ଠା ଦିବସ ପାଳନ
ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଂସ୍କୃତି ଭବନରେ ଆୟୋଜିତ ଉତ୍ସବରେ ରାଜ୍ୟସଭା ସାଂସଦ ସୁବାଶୀଷ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ | ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରିଛି ୨୯ତମ ପ୍ରତିଷ୍ଠା ଦିବସ। ନବୀନ ପଟ୍ଟନାୟକଙ୍କ ଶାସନରେ ଏସବୁ ପାଳନ କରିଛି ବିଜୁ ଜନତା ଦଳ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସେବା କରାଯାଇଛି। ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ, ଅଭାବୀରୁ ପ୍ରଭାବୀ ଓଡ଼ିଶାର ସଂଗ୍ରାମ, ଆର୍ଥିକସ୍ତରରେ ସଶକ୍ତ କରିବାର ସଂଗ୍ରାମରେ ବିଜେଡି ସଫଳତା ପାଇଛି l ଆଜି ବିରୋଧୀ ଦଳ ଭାବେ ସରକାରୀ ଅବିଚାର ବିରୋଧରେ ସଂଗ୍ରାମ, ମହାନଦୀ ପୋଲାଭରମ ପାଇଁ ସଂଗ୍ରାମ, ଆଦିବାସୀ ସ୍ୱାର୍ଥ ପାଇଁ ସଂଗ୍ରାମ, ଚାଷୀ, ପଛୁଆ ବର୍ଗଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛି ବିଜେଡି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ବିରୋଧରେ ଲୋକଙ୍କ ସମସ୍ୟା ପାଇଁ ବିଜେଡି ଆନ୍ଦୋଳନ କରୁଛି। ନବୀନ ସରକାର ସମୟରେ ଅନେକ ଯୋଜନା ଭେଟିଦେଇଥିଲେ ଯୋଉ ଯୋଜନାରେ ଓଡିଶାବାସି ଉପକୃତ ହେଉଥିଲେ l କିନ୍ତୁ ବର୍ତ୍ତମାନ ସରକାର କେବଳ ରଙ୍ଗ ପରିବର୍ତ୍ତନ କରି ଲୋକଙ୍କୁ ମିଛ ପ୍ରତିଶୃତି ଦେଇଚାଲିଛନ୍ତି l

ନିଜକୁ ଡବଲ ଇଂଜିନ ସରକାର କହୁଥିବା ଏ ସରକାର କେବଳ ଓଡିଶା ବାସୀଙ୍କୁ ଡବଲ ଧୋକା ଦେଇଚାଲିଛନ୍ତି l ପୁରୀ ବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତ୍ରନ୍ତ୍ର ଦର୍ଶନ ବ୍ୟବସ୍ଥା , ସିଦ୍ଧମହାବୀର ରେଲୱେ ଓବରବ୍ରିଜ, ସ୍ୱଚ୍ଛ ବେଳାଭୂମି ସହ ଶ୍ରୀକ୍ଷେତ୍ର ବିକାଶ କ୍ଷେତ୍ରରେ ଲଢେଇ ଜାରି ରହିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିୟା l ସାଧାରଣ ଲୋକେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା, ବିଶ୍ୱାସ ଓ ଭରସା ରଖିଛନ୍ତି। ଆମ ଦଳ ଏବେ ବି ଶକ୍ତିଶାଳୀ ଅଛି। ଯେଉଁମାନେ ଦଳ ଛାଡ଼ିଛନ୍ତି ସେମାନଙ୍କୁ ଭୋଟର ଠିକ୍ ସମୟରେ ଜବାବ ଦେବେ। ଭାଜପା କ୍ଷମତାକୁ ଆସିବା ପୁର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଭାଜପା ତାର ପ୍ରତିଶ୍ରୁତି ଭୁଲିଯାଇଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଥିଲେ।
