ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟ ଚିଫ ଜଷ୍ଟିସ ଓ ତାଙ୍କ ସହଧର୍ମିଣୀ
ସୁପ୍ରିମକୋର୍ଟ ଚିଫ ଜଷ୍ଟିସ ପୁରୀ ଆସି ଶ୍ରୀଜୀଉଙ୍କ ଆର୍ଶୀବାଦ ନେଇଛନ୍ତି। ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ପୁରୀରେ ପହଞ୍ଚିବା ପରେ ଶୁଦ୍ଧପୁତ୍ତ ହୋଇ ତାଙ୍କ ସହଧର୍ମିଣି ଅମିତା ଉଦୟ ଲଳିତଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ଆଶିଷ ନେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ। ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଆଶିଷ ନେଇଥିଲେ। ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନ ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
