ମାଘ ସପ୍ତମୀ ବୁଡ଼ ପାଇଁ ତୀର୍ଥ ପୁଷ୍କରିଣୀ ପ୍ରସ୍ତୁତବ୍ୟବସ୍ଥା ଅନୁଧ୍ୟାନ କଲେ ପୁରୀ ଜିଲ୍ଲାପାଳ

ଦିନକ ପରେ ପରେ ବହୁ ପୁରାତନ ପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧ କାଳୀନ ଭିତିରେ ପ୍ରସ୍ତୁତି ଜୋରଦାର ଜାରି ରହିଛି। ଜିଲ୍ଲା ଡ୍ରେନେଜ୍ ବିଭାଗକୁ ତୀର୍ଥ ପୁଷ୍କରିଣୀର ପଙ୍କ ପୁନରୁଦ୍ଧାର, ବର୍ଜ୍ୟବସ୍ତୁ ଓ ମଇଳା ପାଣି ନିଷ୍କାସନ ସହ ପୋତି ହୋଇଯାଇଥିବା ବାଲି କାଢିବା ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଏହାକୁ ଗୁରୁତର ନେଇ ଦ୍ରେନେଜ୍ ବିଭାଗ ପୁରୀର ଅଧିକାରୀଙ୍କ ତତ୍ତ୍ଵାବଧାନରେ ମାଘ ସପ୍ତମୀ ବୁଡ଼ ପାଇଁ ତୀର୍ଥ ପୁଷ୍କରିଣୀ ପ୍ରସ୍ତୁତ ହୋଇ ସାରିଛି । ଆଗାମୀ ୧୫ତାରିଖ ରାତି ଓ ୧୬ତାରିଖରେ ପବିତ୍ର ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ ହେବ। ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ କୋଣାର୍କ ଏନଏସି ପକ୍ଷରୁ ସ୍ୱଚ୍ଛତା, ବିଦ୍ୟୁତିକରଣ, ଠାକୁରଙ୍କ ଆଗମନ ବ୍ୟବସ୍ଥା କରାଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ବାରିକେଡ୍, ରାସ୍ତା ମରାମତି। ଆର୍ ଡବ୍ଲ୍ୟୁଏସ ଏସ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ୧୦୦ ଟି ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି। ୱାଟକୋ ପକ୍ଷରୁ ନିରବିଛନ୍ନ ଭାବେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ୫୦ଟି ନଳକୂପ ବସା ଯାଇଛି। ସମସ୍ତ କାର୍ଯ୍ୟ ତଦାରଖ ତଥା ବ୍ୟବସ୍ଥା ଅନୁଧ୍ୟାନ କରିବା ପାଈଁ ଜିଲ୍ଲାପାଳ ବିଜୟ କୁମାର ଦାସ ମଙ୍ଗଳବାର ସନ୍ଧ୍ୟାରେ ବୁଲି ଦେଖିଛନ୍ତି। ଏହି ଅବସରରେ ସମସ୍ତ ବିଭାଗିୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *