ପୁରୀ ଜିଲ୍ଲା ଇ-ଲାଇବ୍ରେରୀ ଡିଜିଟାଲ ୱେବ ସାଇଟ ଉତ୍ସର୍ଗୀକୃତ

ପୁରୀ ତା 11.03.2024ବହୁ ପ୍ରତିକ୍ଷୀତ ଇ-ଲାଇବ୍ରେରୀ ଡିଜିଟାଲ ୱେବ ସାଇଟ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ବିଶ୍ୱଜିତ ଘୋଷଙ୍କ କର କମଳ ରେ ଉତ୍ସର୍ଗୀକୃତ ହୋଇଯାଇଛି. ଆଜି ପୁରୀ ଜିଲ୍ଲାର 335 ଟି 5ଟି ହାଇ ସ୍କୁଲ ମଧ୍ୟରୁ 160 ଟି ହାଇ ସ୍କୁଲରେ ଇ-ଲାଇବ୍ରେରୀକୁ ଡିଜିଟାଲ ପ୍ଲାଟଫର୍ମରେ ପରିଣତ କରାଯାଇ ୱେବ୍ ସାଇଟ www.shikhyapuri.in ମାଧ୍ୟମରେ ଲାଇବ୍ରେରୀ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ ପୁରୀ ଜିଲ୍ଲା ରାଜ୍ୟରେ ପ୍ରଥମ କରି ନୂଆ ପଦକ୍ଷେପ ଗ୍ରହଣ କରିଛି. ଉକ୍ତ ଡିଜିଟାଲ ପ୍ଲାଟଫର୍ମ ରେ ବିଦ୍ୟାଳୟ ରେ ହେଉଥିବା ପୁସ୍ତକ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ବଣ୍ଟନ ଓ ଫେରସ୍ତ କିପରି ସହଜ ଓ ସୁବିଧା ହେବ, ଛାତ୍ର ଛାତ୍ରୀ ଙ୍କର ପଠନ ଅଭ୍ୟାସ ବୃଦ୍ଧି ଏବଂ ଜିଲ୍ଲା ସ୍ତରରେ ମନିଟରିଙ୍ଗ କିପରି ହୋଇ ପାରିବ, ତତ ସହିତ ସରକାରଙ୍କର ଆକାଂକ୍ଷୀ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ସାହିତ୍ୟ ସୃଜନୀ ଏହି ପ୍ରକ୍ରିୟା ରେ ସରଳିକୃତ କରା ଯାଇପାରିବ.ପୁସ୍ତକ ର ପଠନ ରୁ ଶିକ୍ଷା ଲାଭ କରାଯାଇଥିବା ଜ୍ଞାନ କୁ ୱେବ ସାଇଟ ରେ ଅପଲୋଡ କରାଯିବାର ବ୍ୟବସ୍ଥା କରାଯାଇଛି.

ଏହାର ଡିଜାଇନ ଓ ପ୍ରଣାଳୀ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ(ଏକାଡେମିକ ) ହିମାଂଶୁ ଭୂଷଣ ସମରଥ ଙ୍କର ଚିନ୍ତାଧାରା ଓ ଦୀର୍ଘ 6ମାସର ଟିମ ସଦସ୍ୟ ଙ୍କର ପରିଶ୍ରମ କୁ ପାଥେୟ କରି ଆରମ୍ଭ କରାଯାଇଥିବା କାର୍ଯ୍ୟ ଆଜି ସଫଳ ହୋଇଛି. ଆଜିର ଉତ୍ସଗୀକୃତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ସମସ୍ତ ପ୍ରଧାନଶିକ୍ଷକ, ବ୍ଲକ ସ୍ତରୀୟ ନୋଡାଲ ଅଫିସର ଏବଂ 50 ଟି ହାଇସ୍କୁଲ ର ଇ-ଲାଇବ୍ରେରୀ ଇନଚାର୍ଜ ମାନଙ୍କୁ ନେଇ କରାଯାଇଥିବା କର୍ମଶାଳାକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ସ୍ୱାଗତ କରିବା ସହିତ ଏହାର ସଫଳ କାର୍ଯ୍ୟକାରିତା ଛାତ୍ର ଛାତ୍ରୀ ମାନଙ୍କର ଉପକାରରେ କିପରି ଲାଗି ପାରିବ ତାହା ବୁଝାଇବା ସହିତ ଜିଲ୍ଲା ସ୍ତରରୁ ପ୍ରଶିକ୍ଷଣ ପ୍ରାପ୍ତ ଶିକ୍ଷୟିତ୍ରୀ ସ୍ଵାତି ସୁଚରିତା ପାତ୍ର, ଉତ୍କଳିକା ମିଶ୍ର ଓ ଶୁଚିସ୍ମିତା ସାହୁ ୱେବ୍ସାଇଟ ର ଉପଯୋଗ ପ୍ରଣାଳୀ ବୁଝାଇଥିଲେ. ଏହି ସମସ୍ତ କାର୍ଯ୍ୟକ୍ରମ କୁ ସନ୍ତୋଷ କୁମାର ଚୌଧୁରୀ, ଜିଲ୍ଲା ମୋ ସ୍କୁଲ ସଂଯୋଜକ ଓ ପ୍ରଭାତ କୁମାର ଦାଶ, ସହକାରୀ ଶିକ୍ଷକ, ପୋଲିସ ହାଇସ୍କୁଲ ସଂଚାଳନ କରିବା ସହିତ ବିଦ୍ୟାଳୟ ରେ ଶହେ ପ୍ରତିଶତ ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ. ଉକ୍ତ କାର୍ଯ୍ୟକ୍ରମ ଶିକ୍ଷକ ମହଲ ରେ ଏକ ଆନନ୍ଦ ଲହରୀ ସୃଷ୍ଟି କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କୁ ଏକ ସହଜ କରିପାରିଛି

Leave a Reply

Your email address will not be published. Required fields are marked *