ପୁରୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ ପିତୃବିୟୋଗ
*ପୁରୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ପରିଡାଙ୍କର ପିତା ପ୍ରସନ୍ନ କୁମାର ପରିଡା ଇହଲୀଳା ସମ୍ବରଣ କରିଛନ୍ତି। ସ୍ଵର୍ଗତ ପରିଡା ଏକାଧାରରେ ଜଣେ ସମାଜସେବୀ, ରାଜନେତା, ସଫଳ କୃଷକ, ମୁରବି ଶ୍ରେଣୀୟ ଲୋକ ତଥା ଜଣେ ସୁସଂଗଠକ ହିସାବରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ ଥିଲେ। ସ୍ଵର୍ଗତ ପରିଡା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କହଳପଦା ପଞ୍ଚାୟତର ଗୋମୁଣ୍ଡି ଗ୍ରାମର ଜଣେ ପରୋପକାରୀ ମହାନ ବ୍ୟକ୍ତିତ୍ଵ ଥିଲେ । ପୁଣ୍ୟାତ୍ମା ପ୍ରସନ୍ନ ପରିଡାଙ୍କର ଏକଦଶାହରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଧାୟିକା ଉପାସନା ମହାପାତ୍ରଙ୍କ ଏବଂ ଭାରତୀୟ ଜନତା ପାର୍ଟିର ପୁରୀ ଜିଲ୍ଲା ସଭାପତି ଡା ଦେବେନ୍ଦ୍ରନାଥ ତରାଇ, ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମରଥ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।

ତାଙ୍କର ତ୍ରେୟୋଦଶାତ୍ମକ ତିଥିରେ ଶ୍ରୀ ପରିଡ଼ାଙ୍କ ର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହଦେବପୁର ସ୍ଥିତ ବାସଭବନ ରେ ଆୟୋଜିତ ସ୍ମୃତି ସଭା ରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା, ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦେଶାଳୟର ସହନିର୍ଦେଶକଗଣ ଜିଲ୍ଲା ତଥା ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ଅଧିକାରୀମାନଙ୍କ ସହିତ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ।
