ପୁରୀ ଜିଲ୍ଲା ସ୍ତରୀୟ ବନାଟି ପ୍ରତିଯୋଗିତା

ପୁରୀ ୬/୮ ପୁରୀ ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ୨୦୨୫ ପାଳନ ଉପଲକ୍ଷେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁସାରେ ବନାଟି ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବନାଟି ସାଧାରଣ ଘୁର୍ଣ୍ଣନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା|ଏହି ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ| ବାଳିକା ସ୍ତରରେ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ର ଏଲ.ବର୍ଷା ବେହେରା ,ପ୍ରଥମ , କବିତା ମହାନ୍ତି, ଦ୍ଵିତୀୟ ଏବଂ ମିଷ୍ଠୀ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ |ସେହିପରି ବାଳକ ବିଭାଗ ସାରସ୍ୱତ ବିଦ୍ୟାନିକେତନ ର ତ୍ରିବିକ୍ରମ ପଣ୍ଡା,ପ୍ରଥମ, ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଆକାଶ ବେହେରା, ଦ୍ଵିତୀୟ ଏବଂ ପାପାଇ ସାହା ତୃତୀୟ ସ୍ଥାନ ଅଧିକାର କରିଥିଲେ| ଏହି ପ୍ରତିଯୋଗିତା କୁ ଶ୍ରୀଜଗନ୍ନାଥ ସମର କଳା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ତରଫରୁ ବିଚାରକ ଭାବେ ବନାଟି ଆଚାର୍ଯ୍ୟ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ବନାଟି ବିଶାରଦ ଜଗନ୍ନାଥ ସୁଆର, ସାମ୍ବାଦିକ କୈଳାଶ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ଶିକ୍ଷାବିତ ନାରାୟଣ ଦାଶ, ଶିକ୍ଷକ ଧର୍ମେନ୍ଦ୍ର ହାଁସଦା, କ୍ରୀଡା ଶିକ୍ଷକ ରବୀନ୍ଦ୍ର ବେହେରା ଏବଂ ପିଣ୍ଟୁ ଜେନା ପ୍ରମୁଖ କାର୍ଯ୍ୟ ତୁଲାଇଥିଲେ| ବିଜୟୀ ପ୍ରତିଯୋଗୀ ମାନଙ୍କୁ ଆଗାମୀ ଜିଲ୍ଲା ସ୍ତରୀୟ ପ୍ୟାରେଡ ଉତ୍ସବ ରେ ପୁରସ୍କୃତ କରାଯିବ।

Leave a Reply

Your email address will not be published. Required fields are marked *