ପୁରୀ ଜିଲ୍ଲା ସ୍ତରୀୟ ବାଲ୍ଯ ବିବାହ ମୁକ୍ତ ଭାରତ କର୍ମଶାଳା ଅନୁଷ୍ଠିତ

ପୁରୀ ୨୦/୧୨ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି।ଏହା ନାବାଳିକା ର ଶାରିରୀକ, ମାନସିକ ଓ ଆର୍ଥିକ ସ୍ଥିତି କୁ ନଷ୍ଟ କରିଦିଏ।ତେଣୁ ବାଲ୍ୟ ବିବାହକୁ ନା’ କହି ଏକ ସମୃଦ୍ଧ, ସୁସ୍ଥ ଓ ସୁରକ୍ଷିତ ଭାରତ ଗଠନରେ ଆମେ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ଅପରାହ୍ନ ରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଭାରତ ସମ୍ପର୍କରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଯୋଗ ଦେଇ ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ବାଲ୍ୟ ବିବାହ କୁ କେବଳ ସରକାର ବା ପ୍ରଶାସନ ରୋକି ପାରିବ ନାହିଁ।ଏଥିପାଇଁ ଅନେକ ଆଇନ ରହିଛି।ତେବେ ବ୍ୟାପକ ସଚେତନତା ଦ୍ବାରା ଏହାର ନିରାକରଣ ସମ୍ଭବ।ଏହାକୁ ରୋକିବା ଏକ ସାମୁହିକ ଦାୟିତ୍ୱ।ଏଥିରେ ଅଧିକାରୀ ଙ୍କ ଠାରୁ, ଲୋକ ପ୍ରତିନିଧି, ସ୍ବେଚ୍ଛାସେବୀ, ସାଧାରଣ ଜନତା ସାମିଲ ହେବା ଆବଶ୍ୟକ।ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଏକ ୧୦୦ ଦିନିଆ ସଚେତନତା କାର୍ଯ୍ୟକ୍ରମ।ଚଳିତ ବର୍ଷ ନଭେମ୍ବର ୨୭ ରୁ ୨୦୨୬ ମସିହା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ମାଧ୍ୟମରେ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ପଞ୍ଚାୟତ ପ୍ରତିନିଧି,ବିଭିନ୍ନ ଧାର୍ମିକ ସ୍ଥଳର ପୂଜକ ମାନଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,

ଏସସିଏସ ଜୁନିୟର କଲେଜ ର ଅଧ୍ୟାପକ ନିରଞ୍ଜନ ନାୟକ, ସରକାରୀ ମହିଳା ମହାବିଦ୍ୟାଳୟ ର ପ୍ରଫେସର ଡଃ ପ୍ରଦୀପ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ବାଲ୍ୟ ବିବାହ ର କୁ ପରିଣତି, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ର ଲକ୍ଷ୍ୟ,ଉଦ୍ଦେଶ୍ୟ,ଏହାର କାର୍ଯ୍ୟ କାରିତା ସମ୍ପର୍କରେ ଆଲୋଚନା କରିଥିଲେ।ସିଡିପିଓ,ଅଙ୍ଗନବାଡି କର୍ମୀ, ସୁପରଭାଇଜର ବାଲ୍ୟ ବିବାହ ସମ୍ପର୍କରେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ସମ୍ପର୍କରେ ମତ ରଖିଥିଲେ।ପ୍ରାରମ୍ଭରେ ସମସ୍ତଙ୍କୁ ବାଲ୍ୟବିବାହ କୁ ପ୍ରତିହତ ପାଇଁ ଶପଥ ପାଠ କରାଯିବା ସହ ସଚେତନତା ପ୍ରଚାର ପତ୍ର ପ୍ରଦର୍ଶନ କରାଯାଇଥିଲା।ଏଥିରେ ଶିକ୍ଷା ବିଭାଗର ମହେନ୍ଦ୍ର କୁମାର ବିଶ୍ବାଳ, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ବାଲ୍ୟବତୀ ମହାନ୍ତି,ସିଡିପିଓ, ସୁପରଭାଇଜର,ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *