ପୁରୀ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ରେ ପୁରସ୍କାର ପ୍ରଦାନ
ପୁରୀ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ରେ ପୁରସ୍କାର ପ୍ରଦାନପୁରୀ ୧/୪ ଭାଷା ଭିତ୍ତିରେ ଆମେ ୧୯୩୬ ମସିହା ଆଜିର ଦିବସ ବା ଅପ୍ରେଲ ୧ ତାରିଖ ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲେ।ଇତି ମଧ୍ୟରେ ୯୦ ବର୍ଷ ପୂରଣ ହୋଇ ଆମେ ଚଳିତ ବର୍ଷ କୁ ୯୧ ତମ ଓଡିଶା ଦିବସ ପାଳନ କରୁଛନ୍ତି।ସେବେର ଓଡିଶା ଓ ବର୍ତ୍ତମାନ ଓଡିଶା ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଆମ ମହାନ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଅକ୍ଷୁର୍ଣ୍ଣ ରହିଛି।ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ଅତିଥି ମାନେ।ଆଜି ଅପରାହ୍ନ ରେ ପୁରୀ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ସଂସ୍କୃତି ଭବନ ଠାରେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସୂଚନା ଓ ଲୋକ ସମ୍ପର୍କ କର୍ଯ୍ୟାଳୟ ପୁରୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଆମେ ଦେଶ ବିଦେଶର ଯେଉଁଠି ଥିଲେ ମଧ୍ୟ ଆମ ଭାଷା, ସଂସ୍କୃତି କୁ ଭୁଲିବା ଉଚିତ ନୁହେଁ।ଆଗାମୀ ପିଢି ଏହା ପ୍ରତି ପ୍ରତିବଦ୍ଧ ହେବାକୁ ସେ ପରାମର୍ଶ ଦେବା ସହ ଆଜିର ଯୁବ ପିଢି ଆମ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଜାଣିବା, ତାହାକୁ ଆଗକୁ ନେବା ପାଇଁ ପ୍ରଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ।ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗ ଦେଇ ଓଡିଶା ଦିବସ ର ତାତ୍ପର୍ଯ୍ୟ, ଓଡିଶା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଅତିଥି ମାନେ ପୁରୀ ର ନାଟକ, ନୃତ୍ୟ, ସଂଗୀତ ଓ ଲୋକ କଳା ପ୍ରଚାର ପ୍ରସାର ର ବ୍ୟକ୍ତିତ୍ବ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳା ସଂଗଠକ ପ୍ରସନ୍ନ କୁମାର ମିଶ୍ର, ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଓ ମହିଳା ମାନଙ୍କ ମଧ୍ୟରେ ଅନୁଷ୍ଠିତ ମୁରୁଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
