ପୁରୀ ଜିଲ୍ଲା ସ୍କୁଲର ବୋର୍ଡ଼ ପରୀକ୍ଷାରେ ସଫଳତା
ଗତ ୨୦୨୩ ବୋର୍ଡ଼ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲ ୧୦୦% ଫଳାଫଳ ପ୍ରାପ୍ତ କରି ସମଗ୍ର ଜିଲ୍ଲାରେ ତା’ର ସମ୍ମାନ ବଜାୟ ରଖିଛି ।ଏବର୍ଷ ପରୀକ୍ଷା ଦେଇଥିବା ୨୮୯ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ପାସ୍ କରି ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ A1 ୧୦ , A2 ୩୬ , B1 ୫୨ ,B2 ୫୨ ,C ୬୩ ,D ୪୨ , E ୩୪ ଜଣ ବିଭିନ୍ନ ଗ୍ରେଟ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଏକନିଷ୍ଠ ପରିଶ୍ରମ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାମୂହିକ ଉଦ୍ୟମ ତଥା ପ୍ରୋତ୍ସାହନ ରେ ଏହା ସମ୍ଭବ ହୋଇପାରିଛି। ବିଦ୍ୟାଳୟ ପରିସର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କ ସମାଗମରେ ଆନନ୍ଦ ମୁଖରିତ ହେବା ସହ ଚଳିତ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଫଳାଫଳ ପ୍ରାପ୍ତ ପାଇଁ ପ୍ରେରଣା ଦାୟକ ହୋଇପାରିଛି ।
