ପୁରୀ ଜିଲ୍ଲା ସଫ୍ଟବଲ୍ ଆସୋସିଏସନ୍

ପୁରୀ ଜିଲ୍ଲା ସଫ୍ଟବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ଏବଂ ଓଡ଼ିଶା ରାଜ୍ୟ ସଫ୍ଟବଲ ଆସୋସିଏସନ୍ ସହଯୋଗରେ ପୁରୀ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଉଦ୍ଘାଟିତ ହୋଇଛି ୨୪ ତମ ସିନିୟର୍ ପୁରୁଷ ଓ ମହିଳା ସଫ୍ଟବଲ ଚମ୍ପିୟାନସିପ।ଏହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ଚମ୍ପିୟାନସିପରେ ଓଡ଼ିଶାର 22ଟି ଜିଲ୍ଲାରୁ ୪୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।ଚମ୍ପିୟାନସିପରେ 16 ପୁରୁଷ ଓ ୮ ମହିଳା ଟିମ୍ ଅଂଶଗ୍ରହଣ କରିଛନ୍ତି ।ଚମ୍ପିୟାନସିପରୁ ଉନ୍ନୀତ ଶ୍ରେଷ୍ଠ ଖେଳାଳୀ ଜାତୀୟ ସ୍ତରୀୟ ଚମ୍ପିୟାନସିପରେ ଅଂଶଗ୍ରହଣ କରିଛନ୍ତି । ଅଲମ୍ପିକରେ ସଫ୍ଟବଲ ଖେଳ ସ୍ଥାନ ପାଇଥିବାରୁ ଏହି ଖେଳର ଭବିଷ୍ୟତ ବେଶ୍ ଉଜ୍ଜ୍ବଳ ।ଅଲମ୍ପିକ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ହେବ ବୋଲି ଆୟୋଜକ କହିଛନ୍ତି ।ଉଦଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ,ଭାରତୀୟ ସଂଘ ସମ୍ପାଦକ ପ୍ରବୀଣ ଅନାଓକର,ରାଜ୍ୟ ସଫ୍ଟ ବଲ ଆସୋସିଏସନ୍ ସଭାପତି ଦେବ ଗୌଡ,ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ,ଜିଲ୍ଲା ସଭାପତି ଅରବିନ୍ଦ ଦାସ ,ସମ୍ପାଦକ ରଞ୍ଜନ କୁମାର ରଥ ,ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ,

ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ରାଜ୍ୟ ସଫ୍ଟ ବଲ ଆସୋସିଏସନ୍ ଉପ ସଭାପତି ସଞ୍ଜୁବାଳା ମହାନ୍ତି ,ଯୁଗ୍ମ ସମ୍ପାଦକ ଚିନ୍ମୟ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପୁରୀ ସଫ୍ଟ ବଲ ଆସୋସିଏସନ ସଭାପତି ଅରବିନ୍ଦ ଦାଶ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ରଥ ,କୋଷାଧକ୍ଷ ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପ ସଭାପତି,ଲକ୍ଷମନ ଅଚାରୀ, ଅଶୋକ ମହାନ୍ତି ଅମୀୟ ପ୍ରସାଦ ନାୟକ, କାଯ୍ୟକାରୀ କମିଟି ସଦସ୍ୟ ସରୋଜ ମଲ୍ଲିକ, ଲକ୍ଷ୍ମୀ ପ୍ରିୟା ସେଠି,ପ୍ରୀତି ରଞ୍ଜନ ଜେନା ରୋଜାଲିନ ରଥ କାଯ୍ୟକାରୀ କମିଟି ସଦସ୍ୟ।ମଞ୍ଚ ପରିଚାଳନା କରିଥିଲେ ରସ୍ମେଶ୍ୱରୀ ପାଣିଗ୍ରାହୀ,ଅମୀୟ ନାଗ।

Leave a Reply

Your email address will not be published. Required fields are marked *