ପୁରୀ ଗୋବିନ୍ଦ ଗୋଧାମ ଗୋଶାଳାର ନୂତନ ଗୃହ ଉଦଘାଟିତ
ପୁରୀ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଓଡ଼ିଶା ଖଣି ନିଗମ ଦ୍ୱାରା ନିର୍ମିତ ନୂତନ ଗୃହର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲିକଙ୍କ କରକମଳରେ ଏହାର ଉଦଘାଟନ କରାଯାଇଛି । ଏହି ଉତ୍ସବରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀଙ୍କ ସହ ଗୋଶାଳାର ପ୍ରତିଷ୍ଠାତା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ସମ୍ମାନିତ ଅତିଥିରୂପେ ଓଡ଼ିଶା ଖଣିନିଗମ ଜନସମ୍ପର୍କ ଅଧିକାରୀ ସନ୍ଦୀପ ସେଠୀ, ନେବଳଦାସ ମଠର ମହନ୍ତ ଡକ୍ଟର ରାମଚରଣ ଦାସ ଜୀ ମହାରାଜ, ଖୋର୍ଦ୍ଧା ହରିପୁର ରାଧାକାନ୍ତ ମଠର ମହନ୍ତ ସଦାନନ୍ଦ ଦାସ ଜୀ ମହାରାଜ ଏବଂ ପୁରୀ ଜିଲ୍ଲା ପଶୁସମ୍ପଦ ଅଧିକାରୀ ଡକ୍ଟର ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲିକ କହିଥିଲେ ଓଡିଶାରେ ଗୋମାତାଙ୍କ ସୁରକ୍ଷା ଆମର ଦାୟିତ୍ୱ ସେଥିପାଇଁ ମୋହନ ସରକାର ସର୍ବଦା ଚେଷ୍ଟିତ । ଏହି ଉତ୍ସବରେ ଗୋବିନ୍ଦ ଗୋଧାମ ଗୋଶାଳାର ମହାରାଷ୍ଟ୍ର ଶାଖାର ସଦସ୍ୟବୃନ୍ଦ ତଥା ରାଜସ୍ଥାନର ଭକ୍ତ ମଣ୍ଡଳୀ ଯୋଗ ଦେଇଥିଲେ ।
