ପୁରୀ ଲିଜେଣ୍ଡ କପ୍ 2026 ସହିତ ସ୍ବର୍ଗତ କୁନାମଣି ଖୁଣ୍ଟିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ର ଦ୍ୱିତୀୟ ସଂସ୍କରଣ

ପୁରୀ: ୧୭ ମାର୍ଚ୍ଚ ରୁ ୨୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ।ଏହି ରାଜ୍ୟ ସ୍ତରୀୟ ଚ୍ୟାମ୍ପିଅନ୍‌ଶିପ୍‌ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୮ଟି ଦଳ ଅଂଶଗ୍ରହଣ କରିବେ।38 ବର୍ଷରୁ ଉର୍ଦ୍ଧ୍ବ ବୟସ ଶ୍ରେଣୀ ଲେଜେଣ୍ଡ କିମ୍ବଦନ୍ତୀ ଖେଳାଳି ମାନଙ୍କ ଖେଳ ଦେଖିବାକୁ ମିଳିବା ସହ ପ୍ରତିଯୋଗିତାଟି ନକ୍ଆଉଟ୍ ପ୍ରଣାଳୀରେ ଖେଳାଯିବ ଏବଂ ଟର୍ଫ୍ ଉଇକେଟ୍‌ରେ ଧଳା ଲେଦର ବଲ୍‌ ବ୍ୟବହାର କରି ମ୍ୟାଚ୍‌ଗୁଡ଼ିକ ଆୟୋଜିତ ହେବ।ଏହି ଟୁର୍ଣ୍ଣାମେଣ୍ଟକୁ ଜିପି ବ୍ଲାଷ୍ଟର୍ସ କ୍ଳବ୍ ପୁରୀ ପକ୍ଷରୁ ଆୟୋଜନ କରାଯାଉଛି।ଏହା ସନ୍ଦର୍ଭରେ ଆୟୋଜିତ ସାମ୍ବାଦିକ ସମ୍ମିଳନରେ ଶ୍ରୀ ମାଧବ ଚନ୍ଦ୍ର ଖୁଣ୍ଟିଆ (ସ୍ବର୍ଗତ କୁନାମଣି ଖୁଣ୍ଟିଆଙ୍କ ସୁପୁତ୍ର) ଅଧ୍ୟକ୍ଷତାରେ, କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ, ଅଜିତ କୁମାର ଦାଶ, ତ୍ରିଭୁବନ ଦାଶ, ମଦନ ମୋହନ ସିଂହାରୀ, ପଙ୍କଜ ଦାଶ, ମୁକ୍ତିକାନ୍ତ ପାତ୍ର, ବିରଞ୍ଚି ନାରାୟଣ ଦାଶ, ପ୍ରଦ୍ୟୁମ୍ନ ପଲାଇ, ସୌମେନ୍ଦ୍ର ସୁନ୍ଦରାୟ, ଭାଗୀରଥି ବେହେରା, ରାମକୃଷ୍ଣ ଦାଶ, ଦିଲୀପ ଦଳାଇ,ସଞ୍ଜୀବ ସାହୁ,ଏବଂ ଅସିତ କୁମାର ଦାଶ ଉପସ୍ଥିତ ଥିଲେ।ସମସ୍ତେ ମିଶି ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ଦ୍ୱିତୀୟ ବର୍ଷ ପାଇଁ ସଫଳ ଭାବେ ଆୟୋଜନ କରିବାକୁ ସଙ୍କଳ୍ପ ବ୍ୟକ୍ତ କରିଥିଲେ।କ୍ରିକେଟ୍ ପ୍ରେମୀ ଏବଂ ଖେଳାଳିମାନଙ୍କ ପାଇଁ ଏହି ପ୍ରତିଯୋଗିତାଟି ଉଚ୍ଚମାନର କ୍ରିକେଟ୍ ଦେଖିବାର ଏକ ଭଲ ସୁଯୋଗ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *