ପୁରୀର ନାମକରଣ ପରିବର୍ତ୍ତନ କରିବା ଅନାବଶ୍ୟକ ବୋଲି ମତ ଦେଇଛନ୍ତି ପୁରୀ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ

ପୁରୀର ନାମକରଣ ପରିବର୍ତ୍ତନ କରିବା ଅନାବଶ୍ୟକ ବୋଲି ମତ ଦେଇଛନ୍ତି ପୁରୀ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ବିଶ୍ବରେ ପୁରୀକୁ ଜଗନ୍ନାଥ ପୁରୀ ନାମରେ ହିଁ ଜାଣିଥାନ୍ତି। ଏଣୁ ପୁରୀ ପୀଠ ର ନାମ ପରିବର୍ତ୍ତନ କରି ଜଗନ୍ନାଥ ପୁରୀ କରିବାର କୌଣସି ଆବଶ୍ୟକତା ଅଛିକି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ର ନାମ ପରିବର୍ତ୍ତନ କରି ଜଗନ୍ନାଥ ପୁରୀ ନାମରେ ନାମିତ କଲେ ଭଲ ହୁଅନ୍ତା ବୋଲି ମତ ଦେଇଛନ୍ତି। ଗତ କିଛିଦିନ ଧରି ପୁରୀ ର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା। ଏନେଇ ଗତ ଶ୍ରୀମନ୍ଦିର ପରିଚାଳନା କମିଟି ରେ ମଧ୍ୟ ନାମ ପରିବର୍ତ୍ତନ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ଆଜି ପୁରା ର ନାମ ଜଗନ୍ନାଥ ପୁରୀ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ମଧ୍ୟ ଦାବି ହୋଇଥିଲା। ଏନେଇ ସେନାର କର୍ମକର୍ତ୍ତା ମାନେ ପୁରୀ ରେଳଷ୍ଟେସନ ନିକଟରେ ଧାରଣ ପ୍ରଦର୍ଶନ କରିବା ସହ ରେଳ ବିଭାଗର ବରିଷ୍ଠ ଅଧିକାରୀ ଙ୍କୁ ଦାବିପତ୍ର ଦେଇଥିଲେ।

Leave a Reply

Your email address will not be published. Required fields are marked *