ପୁରୀ ନିଶା ବେପାରୀଙ୍କୁ ସାବଧାନ କଲା ପୁରୀ ପୋଲିସ
ପୁରୀ ନୀଳଚକ୍ର ନଗରରେ ବ୍ରାଉନ ସୁଗାର ବେପାରୀଙ୍କ ଘର ବୁଲଡୋଜର ଲଗାଇ ଭଙ୍ଗାଯାଇଛି l ଗତ କିଛି ଦିନ ତଳେ ପୁରୀ ପୋଲିସ ପକ୍ଷରୁ ନୀଳଚକ୍ର ନଗର ଅଞ୍ଚଳରେ ଥିବା ନିଶା ମାଫିଆଙ୍କ ବେଆଇନ ଚାରିଗୋଟି ଘରକୁ ବୁଲଡୋଜର ଲଗାଇ ଭଙ୍ଗା ଯାଇଥିଲା।ସହରରେ ନିଶା କାରବାର ରୋକିବା ସହ ନିଶାଡି ମାନଙ୍କୁ କବଳିତ କରିବା ନେଇ ପଦକ୍ଷେପ ନିଆଯାଇଛି l ସରକାରି ଜମି ଜବର ଦଖଲ କରି ନିଶା କାରବାର କରୁଥିବା ପୁରୀ ଅଠର ନଳା ନିକଟ ନୀଳଚକ୍ର ନଗର ର ଟିକି ଖା ଙ୍କ ଘର ଭାଙ୍ଗିଛି ପ୍ରଶାସନ ।

ଡିସେମ୍ବର ୪ ତାରିଖରେ ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ ଟି ଘର ମାଟିରେ ମିଶିବା ପରେ ଏବେ ଜୋଇଁ ଟିକି ଖାନର ୩ଟି ଘରକୁ ଭଙ୍ଗାଯାଇଛି l ପୋଲିସ ଅପରେସନ ଚକ୍ରରେ ନିଶା ବେପାରୀଙ୍କୁ ସାବାଡ୍ କରିବାକୁ ଏବେ ପୁରୀ ପୋଲିସ ଲଗାତାର ଉଦ୍ୟମ ଜାରି ରଖିଛି। ସେହି ପରିପ୍ରେକ୍ଷୀରେ ଶାଶୁ ସୁକାନ୍ତି ପଣ୍ଡାଙ୍କ ଜୋଇଁ ଟିକି ଖାନ୍ ର ନୀଳଚକ୍ର ନଗରରେ ଥିବା ଦୁଇଟି ଘର ହୁଳୁହୁଲିଆ ପୋଲରେ ଥିବା ଗୋଟେ ଘରକୁ ଜେସିବି ଲଗାଇ ଭାଙ୍ଗିଦିଆଯାଇଛି l
