ପୁରୀ ଜିଲ୍ଲାରେ ବସ୍ ଓ ରସ୍ ଡ୍ରାଇଭିଂ ବିରୋଧରେ ପୁରୀ ପୋଲିସର ଡ୍ରାଇଭ

ପୁରୀ ଜିଲ୍ଲାରେ ବସ୍ ଓ ରସ୍ ଡ୍ରାଇଭିଂ ବିରୋଧରେ ପୁରୀ ପୋଲିସର ଡ୍ରାଇଭ ଲ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ସହ ପୁରୀ ଜିଲ୍ଲାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଲାଗାତାର ବୃଦ୍ଧି ପାଉଛି। ଏହା ସହ ବସ୍‌, ଟ୍ରାଭେଲ୍ସ ଓ ଅନ୍ୟାନ୍ୟ ବ୍ୟବସାୟିକ ଯାନବାହନ ଦ୍ୱାରା ଅସାବଧାନ, ରସ୍ ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ଘଟଣା ଦେଖାଯାଉଥିବାରୁ ରାସ୍ତା ସୁରକ୍ଷା ପ୍ରତି ଗୁରୁତ୍ୱପୂର୍ଣ୍ଣ ଆଶଙ୍କା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷିତରେ ପୁରୀ ଜିଲ୍ଲାର ସମସ୍ତ ନାଗରିକ, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂହଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ପୁରୀ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ବସ୍‌ ଓ ରସ୍ ଡ୍ରାଇଭିଂ ବିରୋଧରେ ଏକ ବିଶେଷ ଡ୍ରାଇଭ ଆରମ୍ଭ କରାଯାଇଛି। ଏହି ବିଶେଷ ଡ୍ରାଇଭରେ ପୁରୀ ଜିଲ୍ଲାର ସମସ୍ତ ଥାନାର ଆଇଆଇସି, ଟ୍ରାଫିକ୍ ପୋଲିସ୍‌, ଏବଂ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀମାନେ ମିଳିତ ହୋଇ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ବସ୍ ଷ୍ଟାଣ୍ଡ, ହାଇୱେ, ପର୍ଯ୍ୟଟନ ସ୍ଥଳ ଆଗମନ ପଥ ଓ ଭିଡ଼ ଅଞ୍ଚଳଗୁଡ଼ିକରେ ଯାଞ୍ଚ କରୁଛନ୍ତି।ମଦ୍ୟପାନ ଓ ରସ୍ ଡ୍ରାଇଭିଂ ଉପରେ କଡା ନଜର ଡ୍ରାଇଭ ସମୟରେ ବିଶେଷ କରି ବସ୍ ଓ ଭାରି ଯାନବାହନ ଚାଳକମାନଙ୍କ ଉପରେ ବିଶେଷ ନଜର ରଖାଯାଇଛି। ମଦ୍ୟପାନ କରି ଗାଡ଼ି ଚଳାଇବା, ଅତ୍ୟଧିକ ବେଗରେ ଗାଡି ଚାଳନ, ଓଭରଲୋଡିଂ, ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ଡକ୍ୟୁମେଣ୍ଟ ଯାଞ୍ଚ, ଫିଟନେସ୍ ସର୍ଟିଫିକେଟ୍, ଇନ୍ସୁରେନ୍ସ ଓ ପର୍ମିଟ୍ ଯାଞ୍ଚ କରାଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବା ଓ ରାସ୍ ଡ୍ରାଇଭିଂରେ ଜଡିତ ଚାଳକମାନଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

କିଛି ସ୍ଥାନରେ ଚାଳକମାନଙ୍କୁ ସଚେତନ କରାଯାଇ ଭବିଷ୍ୟତରେ ଏପରି ଅସାବଧାନ ଚଳାଚଳ ନ କରିବାକୁ ତାଗିଦ କରାଯାଇଛି। ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଆହ୍ୱାନ ପୁରୀ ପୋଲିସ୍ ପକ୍ଷରୁ ସମସ୍ତ ବସ୍ ମାଲିକ, ଚାଳକ ଓ କଣ୍ଡକ୍ଟରମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ନିୟମ ମାନି ଗାଡ଼ି ଚଳାନ୍ତୁ ଏବଂ କେବେ ବି ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ। ରସ୍ ଡ୍ରାଇଭିଂ ନ କରି ଯାତ୍ରୀମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଅନ୍ତୁ।ସାଧାରଣ ଲୋକ ଓ ପର୍ଯ୍ୟଟକମାନଙ୍କୁ ମଧ୍ୟ ଅନୁରୋଧ କରାଯାଉଛି ଯେ, କୌଣସି ବସ୍ କିମ୍ବା ଯାନବାହନ ଅସାବଧାନ ଭାବେ ଚଳାଉଥିବା ଦେଖିଲେ ତତ୍କ୍ଷଣାତ ୧୧୨ କିମ୍ବା ଟୁରିଷ୍ଟ ହେଲ୍ପଲାଇନ୍ ନମ୍ବର ୬୩୭୦୯୬୭୧୦୦ ରେ ସୂଚନା ଦେବାକୁ ଅନୁରୋଧ। ପୁରୀ ପୋଲିସ୍ ପର୍ଯ୍ୟଟନ ଋତୁ ସମୟରେ ସମସ୍ତଙ୍କ ସୁରକ୍ଷିତ, ସୁସ୍ଥ ଓ ସୁଖଦ ଯାତ୍ରା ନିମନ୍ତେ ନିରନ୍ତର ସତର୍କ ରହିଛି ଏବଂ ଏପରି ବିଶେଷ ଡ୍ରାଇଭ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Leave a Reply

Your email address will not be published. Required fields are marked *