ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବିଶେଷ ଚେକିଂ ଅଭିଯାନ ଜାରି
ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବିଶେଷ ନାକା ଚେକିଂ ଅଭିଯାନ ଜାରି ରହିଛି।ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୋଟ ୨୬ଟି ଜାଗାରେ ନାକା ଚେକିଂ ବ୍ୟବସ୍ଥା କରାଯାଇ ନିୟମିତ ଯାନବାହନ ତଦନ୍ତ କାର୍ଯ୍ୟ ଚାଲୁ ରହିଛି। ଜିଲ୍ଲାର ସମସ୍ତ ଥାନା ଅଧୀନ ଅଞ୍ଚଳରେ ପୋଲିସ ଟିମ୍ ଦ୍ୱାରା ଦୁଇଚକିଆ ଓ ଚାରିଚକିଆ ଯାନବାହନ ଉପରେ କଡ଼ା ଯାଞ୍ଚ କରାଯାଉଛି। ବିଶେଷ କରି ଦୁଇଚକିଆ ଯାନରେ ଟ୍ରିପଲ୍ ରାଇଡିଂ, ହେଲମେଟ୍ ବିନା ଚଳାଚଳ, ବିନା ଦଳିଲପତ୍ର, ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲ୍ଲଂଘନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି।

ଚାରିଚକିଆ ଯାନବାହନର ମଧ୍ୟ ଦଳିଲପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରେନ୍ସ, ଫିଟନେସ୍ ସହ ଯାତ୍ରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି। ସନ୍ଦେହଜନକ ଯାନ ଓ ବ୍ୟକ୍ତିଙ୍କୁ ଚିହ୍ନଟ କରି ପଚରାଉଚରା କରାଯାଉଛି, ଯାହା ଫଳରେ ଅପରାଧ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ ହେଉଛି। ଏହି ବିଶେଷ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ପୁରୀ ପୋଲିସ ସମସ୍ତ ଯାନଚାଳକଙ୍କୁ ଟ୍ରାଫିକ ନିୟମ ମାନିବାକୁ, ଆବଶ୍ୟକ ଦଳିଲପତ୍ର ସହ ଯାତ୍ରା କରିବାକୁ ଓ ସୁରକ୍ଷିତ ଡ୍ରାଇଭିଂ ପାଇଁ ଅନୁରୋଧ କରୁଛି।ଜନସାଧାରଣଙ୍କ ସହଯୋଗ ପୋଲିସଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ।
