ପୁରୀ ପୋଲିସ ୨ ଜଣ ନାବାଳିକା ଙ୍କୁ ଉଦ୍ଧାର

ପୁରୀ ପୋଲିସ ଦୁଇଟି ଭିନ୍ନ ଘଟଣାରେ ପୁଲିସ ତରଫରୁ ତ୍ୱରିତ ଏବଂ ସଫଳ ଭାବେ ୨ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ପ୍ରଥମ ଘଟଣାରେ, ଚନ୍ଦନପୁର ଥାନା କେସ୍ ନଂ 46/2026 ସମ୍ବନ୍ଧରେ ଅଭିଯୋଗ ପ୍ରାପ୍ତ ହେବା ପରେ ପୁଲିସ ତତ୍କ୍ଷଣାତ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାଳୀନେ ପୁଲିସ ଦ୍ୱାରା ସଂଗ୍ରହ କରାଯାଇଥିବା ସୂଚନା ଆଧାରରେ ଜଣେ ନାବାଳିକାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ତାଙ୍କୁ ତତ୍କାଳ ଚିକିତ୍ସା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ସମସ୍ତ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସତ୍ୟ ମହାରଣା, ଗ୍ରାମ -ଆପିଲା, ପୁଲିସ ଦ୍ୱାରା ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଆଇନୁସାରେ ଆଦାଲତରେ ହଜାର କରାଯାଇଛି। ଏହି ମାମଲାରେ ଆଗାମୀ ତଦନ୍ତ ଚାଲିଛି ଏବଂ ଆବଶ୍ୟକ ଆଇନଗତ କାର୍ଯ୍ୟକଳାପ ଜାରି ରହିଛି। ଦ୍ୱିତୀୟ ଘଟଣାରେ, ବ୍ରହ୍ମଗିରି ଥାନା କେସ୍ ନଂ 227/24 ସମ୍ପର୍କରେ ପୁଲିସ ତରଫରୁ ତଦନ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ନାବାଳିକାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ପୀଡିତାଙ୍କୁ ସୁରକ୍ଷିତ ଭାବେ ପରିବାରଙ୍କ ହସ୍ତାନ୍ତର କରିବା ସହ ଆବଶ୍ୟକ ଆଇନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି। ଉଭୟ ଘଟଣାରେ ପୁଲିସ ତରଫରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ପୀଡିତାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସମ୍ଭବ ହୋଇଛି। ପୁଲିସ ସଦା ଜନସାଧାରଣଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପ୍ରତି ପ୍ରତିବଦ୍ଧ ରହିଛି ଏବଂ ଏପରି ଘଟଣାରେ କୌଣସି ପ୍ରକାର ଅବହେଳା ବର୍ଦ୍ଦାସ୍ତ କରାଯିବ ନାହିଁ। ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଉଛି ଯେ, ଏପରି କୌଣସି ସନ୍ଦିଗ୍ଧ ଘଟଣା କିମ୍ବା ତଥ୍ୟ ସମ୍ବନ୍ଧରେ ନିକଟସ୍ଥ ଥାନାକୁ ତତ୍କ୍ଷଣାତ୍ ସୂଚନା ଯୋଗାଇବେ ଏବଂ ପୁଲିସଙ୍କୁ ସହଯୋଗ କରିବେ। ଆପଣଙ୍କ ସହଯୋଗ ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ପୁଲିସ ପକ୍ଷରୁ ଏହା ମଧ୍ୟ ଜଣାଯାଉଛି ଯେ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ନିୟମିତ ପେଟ୍ରୋଲିଂ କାର୍ଯ୍ୟ ଜାରି ରହିଛି। ଆଗାମୀ ଦିନରେ ଏହି ପ୍ରୟାସକୁ ଆହୁରି ଜୋରଦାର କରାଯିବ।

Leave a Reply

Your email address will not be published. Required fields are marked *