ପୁରୀ ପୋଲିସ୍ ଦ୍ୱାରା ସହରର ବିଭିନ୍ନ ସାହି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାତାୟାତ ବ୍ୟବସ୍ଥାର ସମୀକ୍ଷl
**ପୁରୀ ସହରରେ ଆସନ୍ତା ଦିନଗୁଡିକରେ ପ୍ରଯ୍ୟଟନ ରିତୁରେ ପୁରୀକୁ ବହୁସଂଖ୍ୟକ ଭକ୍ତ ଓ ପ୍ରଯ୍ୟଟକ ଗମନା ଗମନ ଦୃଷ୍ଟିରେ ରଖି ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ବିଭିନ୍ନ ଅଧିକାରୀମାନଙ୍କ ସହ ଆଜି ପୁରୀ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ସମୀକ୍ଷା କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ, ଡି.ଏସ୍.ପି. ଟ୍ରାଫିକ୍ ଶ୍ରୀ ରାଜକୁମାର ପରିଡା, ଆଇ.ଆଇ.ସି. ଟାଉନ୍ ଶ୍ରୀ ଗୋକୁଲ ରଞ୍ଜନ ଦାସ, ଆଇ.ଆଇ.ସି. ସୀ ବିଚ ଶ୍ରୀ ମାନସ ଚକ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଆଜି ଚୈତନ୍ୟ ଛକ୍, ମୋଚି ସାହି, ଜାଣ୍ହିମୁଣ୍ଡିଆ ଛକ୍, ଭୋଗ ଜାଗା ଏବଂ ମଣ୍ଟିମଣ୍ଡପ ସାହିକୁ ପରିଦର୍ଶନ କରି ସେଠାର ଅବସ୍ଥା, ଯାତାୟାତ ପରିବହନ ସ୍ଥିତି, ଗଳିପଥ ସଂକୁଚନ, ଅସୁବିଧା ସ୍ଥାନ ଏବଂ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ମୂଲ୍ୟାୟନ କରିଥିଲେ। ଯେପରିକି ଯାତାୟାତ ବ୍ୟବସ୍ଥାର ବିସ୍ତୃତ ଆଲୋଚନା ସହ ଡି.ଏସ୍.ପି. ଟ୍ରାଫିକ୍ଙ୍କୁ ସ୍ଥାନଗୁଡିକରେ ରାସ୍ତା ଚଉଡ଼ା, ଭିଡ଼, ପାର୍କିଂ ସମସ୍ୟା, ବାଇକ୍/ଅଟୋର ଅନଧିକୃତ ରଖିବା ଉପରେ ନଜର ରଖିବାକୁ ନିର୍ଦେଶ ଦେଇଥିଲେ।ଚୈତନ୍ୟ ଛକ୍ ଓ ଭୋଗ ଜାଗାରେ ବେଳେବେଳେ ହେଉଥିବା ଯାତାୟାତ ଜାମକୁ କିପରି ନିୟନ୍ତ୍ରଣ କରିବା ସେଥିପାଇଁ ସ୍ଥାନୀୟ ମାନଚିତ୍ର ସହିତ ବିଶେଷ ଆଲୋଚନା ହେଲା। ସ୍ଥାନୀୟ ବାସିନ୍ଦା ଓ ମୋଚି ସାହି, ଜାଣ୍ହିମୁଣ୍ଡିଆ ଓ ମଟିମଣ୍ଡପ ସାହିର ଅନେକ ସେବାୟତ, ବୃଦ୍ଧ, ବ୍ୟବସାୟୀ ଓ ସାଧାରଣ ବାସିନ୍ଦାଙ୍କ ସହ ଏସ୍ପି ପୁରୀ ସିଧାସଳଖ କଥାହେଲେ।

ସେମାନଙ୍କ ଯାତାୟାତ ଏବଂ ସୁରକ୍ଷା ସମସ୍ୟା ସମ୍ବନ୍ଧୀୟ ଆବଦନକୁ ତାଲିକାଭୁକ୍ତ କରାଗଲା। ତ୍ରୁଟି ଥିବା ସ୍ଥାନର ସିସିଟିଭି ଆବଶ୍ୟକତା, ଗଳିପଥର ଅବରୋଧ ଅସୁବିଧାକୁ ଯାଞ୍ଚ କରାଗଲା। ଆଗାମୀ ପର୍ଯ୍ୟଟକ ଋତୁ ଓ ଉତ୍ସବ ଅବସରରେ ଭିଡ଼ ବେଶୀ ହେବା ଅନୁମାନ କରି ସୀ ବିଚ ଅଞ୍ଚଳରେ ମଟିମଣ୍ଡପ ସାହି ଗଳିପଥରେ ପୋଲିସ ଡିଉଟି ସହ ନିରୀକ୍ଷଣ କରିବାକୁ ପ୍ରସ୍ତାବ ଦିଆଗଲା। ଏହାସହ ରାତ୍ରି ସମୟରେ ପି ସି ଆର ମାଧ୍ୟମରେ ପେଟ୍ରୋଲିଙ୍ଗ କରାଯିବ।ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ କହିଛନ୍ତି ପୁରୀ ସହର ସମଗ୍ର ଦେଶର ଆସ୍ଥାର କେନ୍ଦ୍ର। ସାଧାରଣ ଲୋକଙ୍କ ସୁବିଧା, ଭକ୍ତଙ୍କ ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥା ଆମର ପ୍ରଥମ ପ୍ରାଥମିକତା। ଆଜି ପରିଦର୍ଶିତ ସମସ୍ତ ସ୍ଥାନରେ ଶୀଘ୍ର ଜରୁରୀ ପଦକ୍ଷେପ ନିଆଯିବ। ପୁରୀ ପୋଲିସ୍ ସର୍ବଦା ଲୋକଙ୍କ ପାଖରେ, ସେବାରେ, ସୁରକ୍ଷାରେ ନିୟୋଜିତ ରହିବ। ଲୋକଙ୍କ ଆପତ୍କାଳୀନ ସହଯୋଗ ପାଇଁ ହେଲ୍ପଲାଇନ୍ ନମ୍ବର ୧୧୨ରେ ଯୋଗାଯୋଗ କରିବା ପାଇଁ ସୂଚିତ କରାଗଲା । ପୁରୀ ପୋଲିସ୍ ସହରର ସମସ୍ତ ସାହି, ଛକ, ପର୍ଯ୍ୟଟକ ଏକତ୍ରିତ ସ୍ଥାନ ଓ ଧାର୍ମିକ ସ୍ଥାନଗୁଡ଼ିକର ସୁବିଧା, ସୁରକ୍ଷା ଓ ଯାତାୟାତକୁ ଉନ୍ନତ କରାଯିବ।
