ପୁରୀ ପୋଲିସର ବିଶେଷ ଅଭିଯାନ

*ପୁରୀ ପୋଲିସର ବିଶେଷ ଅଭିଯାନ ଅନୁମତିବିହୀନ ସାଉଣ୍ଡ ସାଇଲେନ୍ସର ବ୍ୟବହାର ଉପରେ କଠୋର ପଦକ୍ଷେପ*ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତମାନେ ଏକ ଶାନ୍ତିମୟ, ଆଧ୍ୟାତ୍ମିକ ଏବଂ ଶବ୍ଦଦୂଷଣମୁକ୍ତ ପରିବେଶର ଅନୁଭବ କରନ୍ତୁବୋଲି ପୁରୀ ପୋଲିସ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଆଜି ସମସ୍ତ ଥାନା ଅଧିକାରୀ ମାନେ ମିଶି ପୁରୀ ସହରରେ ବ୍ୟାପକ ଚେକିଂ ଅଭିଯାନ ଚାଲୁଅଛି। ଏହି ଅଭିଯାନର ଉଦେଶ୍ୟ ଅନୁମତିବିହୀନ ଓ ଅତ୍ୟଧିକ ଶବ୍ଦ ସୃଷ୍ଟିକାରୀ ସାଉଣ୍ଡ ସାଇଲେନ୍ସର ବ୍ୟବହାର ରୋକ, ଯୁବମାନଙ୍କ ମଧ୍ୟରେ ଅପରିପକ୍କ ଓ ଅସୁରକ୍ଷିତ ଡ୍ରାଇଭିଂ ପ୍ରବୃତ୍ତିକୁ ନିୟନ୍ତ୍ରଣ, ସହରରେ ଶୃଙ୍ଖଳା, ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ ହୋଇଛି। ସହରରେ ବିଭିନ୍ନ ସେନ୍ସିଟିଭ୍ ଏବଂ ଭିଡ଼ ସ୍ଥାନରେ ଏହି ଚେକିଂ ଚାଲୁଅଛି। ପୋଲିସ ଟିମ୍‌ଗୁଡ଼ିକ ମୋଟୋରସାଇକେଲ୍ (ଖାସକରି Bullet) ଉପରେ ବିଶେଷ ଧ୍ୟାନ ଦେଇ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ମଡିଫାଏଡ଼ ସାଇଲେନ୍ସରକୁ ଯାଞ୍ଚ କରାଯାଇଛି।ଅନେକ ଗାଡି ଆଇନ ଅନୁସାରେ ଫାଇନ କରାଯାଉଛିଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ କହିଛନ୍ତି “ପୁରୀକୁ ଆସୁଥିବା ଭକ୍ତମାନେ ଶାନ୍ତି, ଶୃଙ୍ଖଳା, ଆଧ୍ୟାତ୍ମିକ ପରିବେଶର ଅନୁଭବ କରନ୍ତୁ। ଅନାବଶ୍ୟକ ଶବ୍ଦଦୂଷଣ ରୋକିବାକୁ ଆମେ ଆଗାମୀ ଦିନଗୁଡ଼ିକରେ ଆହୁରି ଏହି ଡ୍ରାଇଭ୍‌କୁ ଜୋରଦାର କରିବୁ। ନିୟମ ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଭକ୍ତମାନେ ବିନା ଶବ୍ଦଦୂଷଣରେ ଶ୍ରୀମନ୍ଦିର ଦର୍ଶନ କରନ୍ତୁ, ସହରର ଆଧ୍ୟାତ୍ମିକ ପରିବେଶ ଅବିଚଳ ରହିବା ଆମ ପ୍ରଥମିକତା।” ସମସ୍ତଙ୍କୁ ଅନୁରୋଧ ଅନୁମତିବିହୀନ ସାଇଲେନ୍ସର ବ୍ୟବହାର କରିବେ ନାହିଁ।ଶବ୍ଦଦୂଷଣ ଆଇନ ଉଲଂଘନ କଲେ କଠୋର ପଦକ୍ଷେପ ହେବ।ସହରର ଶାନ୍ତି, ଶୃଙ୍ଖଳା ଓ ପରିବେଶକୁ ସୁନିଶ୍ଚିତ କରିବା ସମସ୍ତଙ୍କ ଚେଷ୍ଟିତ ହେବା।

Leave a Reply

Your email address will not be published. Required fields are marked *