ପୁରୀ ପୋଲିସର ୭୭ ଦିନରେ ୧୬୬ ଆଣ୍ଟି- ସୋସିଆଲ ବିରୋଧୀ ସଫଳ କାର୍ଯ୍ୟାନୁଷ୍ଠାନ

*ପୁରୀ ଜିଲ୍ଲାରେ ସାମାଜିକ ସୁରକ୍ଷା ଓ ଶାନ୍ତି-ଶୃଙ୍ଖଳାକୁ ସୁଦୃଢ କରିବା ଲକ୍ଷ୍ୟରେ ପୁରୀ ପୋଲିସ ଦ୍ୱାରା ଚାଲୁଥିବା ବିଶେଷ ଅଭିଯାନ “ଅପରେସନ ଚକ୍ର” ଅନୁସାରେ ଗତ ୭୭ ଦିନ ଧରି ୧୬୬ ଆଣ୍ଟି-ସୋସିଆଲ ବିରୋଧୀ କାର୍ଯ୍ୟାନୁଷ୍ଠାନ।*ଏହି ଅଭିଯାନ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ସିଟି ଡିଏସପି ଶ୍ରୀ ରସ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଅପରେସନ ଚକ୍ର ସଫଳଭାବେ କାର୍ଯ୍ୟକାରୀ ଚାଲୁଅଛି । ଏହି ଅଭିଯାନରେ ପୁରୀ ସହରର ବିଭିନ୍ନ ପୋଲିସ ଥାନା ଅଞ୍ଚଳରେ ନିୟମିତ ଚେକିଂ, ନାକା ବନ୍ଦୋବସ୍ତ, ଇଣ୍ଟେଲିଜେନ୍ସ ଆଧାରିତ ରେଡ୍ ଓ ପ୍ୟାଟ୍ରୋଲିଂ କରାଯାଇଥିଲା। ଫଳସ୍ୱରୂପ ମୋଟ ୧୬୬ ଜଣ ଆଣ୍ଟି-ସୋସିଆଲ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବଳିଆପଣ୍ଡା ଥାନା ୧୩ ଜଣ, ତାଳବଣିଆ ଥାନା ୩୨ ଜଣ, ବାସେଳୀସାହି ଥାନା ୧୫ ଜଣ, ଟାଉନ ଥାନା ୪୦ ଜଣ, ସମୁଦ୍ରକୁଳ ଥାନା ୩୦ ଜଣ,କୁମ୍ଭାରପଡା ଥାନା ୩୬ ଜଣଏହି ସମସ୍ତ ଅଭିଯାନରେ ଅପରାଧୀମାନଙ୍କ ବିରୋଧରେ ଆଇନଗତ ମାମଲା ରୁଜୁ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅପରେସନ ଚକ୍ର ଅଧୀନରେ ଦାଦାବଟି, ଡକାୟତି, ଅସ୍ତ୍ରଶସ୍ତ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଅସୁବିଧା ସୃଷ୍ଟି, ଏବଂ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟରେ ଜଡିତ ବ୍ୟକ୍ତିମାନଙ୍କୁ ଲକ୍ଷ୍ୟ କରାଯାଇଥିଲା। ପୁରୀ ପୋଲିସ ସଦା ସମୟରେ ସହରରେ ଆଇନ-ଶୃଙ୍ଖଳା ରକ୍ଷା, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ପାଇଁ ପ୍ରତିବଦ୍ଧ। ଏହି ପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏସ୍ପି ପୁରୀ ପ୍ରତୀକ ସିଂ ଜଣାଇଛନ୍ତି । ସାଧାରଣ ଜନସାଧାରଣଙ୍କ ପାଇଁ ଅନୁରୋଧଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା ଅପରାଧୀୟ କାର୍ଯ୍ୟକଳାପ ଦେଖିବେ, ତେବେ ତୁରନ୍ତ ଜରୁରୀକାଳୀନ ନମ୍ବର ୧୧୨ କୁ ଫୋନ କରନ୍ତୁ କିମ୍ବା ନିକଟସ୍ଥ ପୋଲିସ ଥାନାକୁ ସୂଚନା ଦିଅନ୍ତୁ । ଆପଣଙ୍କ ଏକ ସତର୍କ ସୂଚନା ଅପରାଧ ରୋକିବାରେ ଓ ସମାଜକୁ ସୁରକ୍ଷିତ ରଖିବାରେ ବଡ଼ ଭୂମିକା ସାହାଯ୍ୟ କରେ ।ପୋଲିସ ଓ ଜନସାଧାରଣଙ୍କ ସହଯୋଗ ଦ୍ୱାରା ମାତ୍ର ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପୁରୀ ଗଠନ ସମ୍ଭବ।

Leave a Reply

Your email address will not be published. Required fields are marked *