ଅବୈଧ ବାଲି ଉଠାଣ ବିରୋଧରେ ପୁରୀ ପୋଲିସ୍ ଦ୍ୱାରା କାର୍ଯ୍ୟାନୁଷ୍ଠାନ

ପୁରୀ ଜିଲ୍ଲାରେ ଅବୈଧ ବାଲି ଉଠାଣ ବିରୋଧରେ ପୁରୀ ପୋଲିସ୍ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଲ ଏସ୍‌ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବୈଧ ବାଲି ଉଠାଣ ବିରୋଧରେ ପୁରୀ ପୋଲିସ୍ ଦ୍ୱାରା ବିଶେଷ ଅଭିଯାନ ଚାଲାଯାଇଛି। ଏହି ଅଭିଯାନ ସମୟରେ ଅବୈଧ ଭାବରେ ବାଲି ଉଠାଯାଉଥିବା ସୂଚନା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅବୈଧ ବାଲି ଉଠାଣରେ ଲିପ୍ତ ଥିବା ୫ଟି ଟ୍ରାକ୍ଟର, ୧ଟି ଜେସିବି (JCB) ଏବଂ ବାଳି ଭରା ଅବସ୍ଥାରେ ୨ଟି ହାଉଆ ଟ୍ରକ୍ ଚନ୍ଦନପୁର ଥାନା ଦ୍ୱାରା ଜବତ କରାଯାଇଛି।

ଏହା ସହିତ ଏହି ଘଟଣା ସଂପୃକ୍ତ ୪ ଜଣ ଚନ୍ଦନପୁର ଥାନାରେ ଅଟକ ରଖାଯାଇଛି।ଏହି ସମ୍ପର୍କରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଆଗାମୀ ତଦନ୍ତ ପ୍ରକ୍ରିୟା ଚାଲିଛି। ପରିବେଶ ସୁରକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଅବୈଧ ବାଲି ଉଠାଣ ବିରୋଧରେ ପୁରୀ ପୋଲିସ୍ ଆଗାମୀ ଦିନରେ ମଧ୍ୟ ଏପରି କଡା ଅଭିଯାନ ଜାରି ରଖିବ। ସାଧାରଣ ଜନତାଙ୍କୁ ଅନୁରୋଧ, ଅବୈଧ ବାଲି ଉଠାଣ ସମ୍ପର୍କରେ କୌଣସି ସୂଚନା ମିଳିଲେ ତୁରନ୍ତ ସ୍ଥାନୀୟ ପୋଲିସ୍ କିମ୍ବା ୧୧୨ ନମ୍ବରରେ ସୂଚନା ଦେବାକୁ ସହଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *