ପୁରୀ ପୋଲିସର ମାଞ୍ଜା ସୂତା ପ୍ରତି ସଚେତନତା ପଦକ୍ଷେପ

ପୁରୀ ଏକ ଆନ୍ତର୍ଜାତୀୟ ପର୍ଯ୍ୟଟକ ସହର ହେବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଧାମ । ପ୍ରତିଦିନ ଲକ୍ଷଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବଡ଼ଦାଣ୍ଡ ସହିତ ସହରର ବିଭିନ୍ନ ଅଞ୍ଚଳରେ ଆଗମନ କରୁଛନ୍ତି । ଏପରି ପରିସ୍ଥିତିରେ ମାଞ୍ଜା ଲାଗିଥିବା ଗୁଡ଼ି ସୂତା ଦ୍ୱାରା ଦୁର୍ଘଟଣା ଏଡେଇବା ପାଇଁ ଆଜି ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶରେ ପୁରୀ ସହରରେ ଏକ ଅଭିଯାନ କରାଯାଇଥିଲା।ସମ୍ପ୍ରତି ବଡ଼ଦାଣ୍ଡ ଓ ତାହା ସଂଲଗ୍ନ ଅଞ୍ଚଳରେ ମାଞ୍ଜା ସୂତା ସଂସ୍ପର୍ଶରେ ଆସି ଦୁଇଚକିଆ ଯାନ ଆରୋହୀ ଓ ପଦଚାରୀମାନେ ଆହତ ହେବାର ସମ୍ଭାବନା ରହିଛି । ଆଜି ପୁରୀ ସହରର ବିଭିନ୍ନ ଅଞ୍ଚଳରେ ମାଞ୍ଜା ସୂତା ବିକ୍ରୟ ଓ ବ୍ୟବହାର ବିରୋଧରେ ଏକ ବିଶେଷ ଅଭିଯାନ (Drive) ଚାଲାଯାଇଛି ।ଅଭିଯାନର ମୁଖ୍ୟ ଉପଲବ୍ଧିପୁରୀ ସହରର ବିଭିନ୍ନ ଗୁଡ଼ି ଦୋକାନ ଓ ବ୍ୟବସାୟୀଙ୍କ ପାଖରୁମୋଟ ୭୦ ବଣ୍ଡଲ୍ ମାଞ୍ଜା ଗୁଡ଼ି ସୂତା ଜବତ କରାଯାଇଛି ।ଅବୈଧ ଭାବେ ମାଞ୍ଜା ସୂତା ବିକ୍ରୟ କରୁଥିବା ବ୍ୟକ୍ତିମାନଙ୍କୁ କଢ଼ା ଚେତାବନୀ ଦିଆଯାଇଛି ।

ପ୍ରୟୋଜନ ଅନୁସାରେ ସମ୍ପୃକ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।ପୁରୀ ପୁଲିସ ସ୍ପଷ୍ଟ କରିଛି ଯେ ମାଞ୍ଜା ସୂତା ବ୍ୟବହାର ଏବଂ ବିକ୍ରୟ ଆଇନତଃ ଅପରାଧ । ଏହା ମାନବ ଜୀବନ ସହିତ ପକ୍ଷୀ, ପଶୁ ଓ ପରିବେଶ ପାଇଁ ମଧ୍ୟ ଭୟଙ୍କର । ସାଧାରଣ ଜନତାଙ୍କୁ ଅନୁରୋଧ ସହର ଓ ବଡ଼ଦାଣ୍ଡ ଅଞ୍ଚଳରେ ମାଞ୍ଜା ଲାଗିଥିବା ଗୁଡ଼ି ଉଡ଼ାନ୍ତୁ ନାହିଁ ।ଯଦି କେହି ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର କରୁଥିବା ଦେଖିବେ, ତେବେ ନିକଟସ୍ଥ ଥାନାକୁ କିମ୍ୱା ୧୧୨ କୁ କଲ କରି ସୂଚନା ଦିଅନ୍ତୁ । ପୁରୀ ପୁଲିସ ସହରର ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଲୋକଙ୍କର ଜୀବନ ସୁରକ୍ଷା ପ୍ରତି ପ୍ରତିବଦ୍ଧ । ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଆହୁରି କଢ଼ା କରାଯିବ ।ପୁରୀ ପୁଲିସ ସମସ୍ତଙ୍କ ସହଯୋଗ ଆଶା କରୁଛି ।

Leave a Reply

Your email address will not be published. Required fields are marked *