ପୁରୀ ପୋଲିସର ନୂତନ ପଦକ୍ଷେପ “ପୁରୀ ପୋଲିସ ସହାୟକ” WhatsApp Chatbot ସେବାର ଶୁଭାରମ୍ଭ

ପୁରୀ ପୋଲିସର ନୂତନ ପଦକ୍ଷେପ “ପୁରୀ ପୋଲିସ ସହାୟକ” WhatsApp Chatbot ସେବାର ଶୁଭାରମ୍ଭ l ପୁରୀ ଜିଲ୍ଲାରେ ନାଗରିକ ସେବାକୁ ଆହୁରି ସୁବିଧାଜନକ, ଦ୍ରୁତ ଏବଂ ଲୋକମୁଖୀ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଓ ଶ୍ରୀ ପ୍ରତୀକ ସିଂହ, ଏସ୍ପି ପୁରୀଙ୍କ ନେତୃତ୍ୱରେ “ପୁରୀ ପୋଲିସ ସହାୟକ- WhatsApp Chatbot” ସେବାର ଶୁଭାରମ୍ଭ କରାଯାଇଛି। ଏହି ଆଧୁନିକ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପୁରୀ ପୋଲିସ ନାଗରିକ ଓ ପର୍ଯ୍ୟଟକମାନଙ୍କୁ ୨୪x୭ ଆଧାରରେ ସହଜ ଏବଂ ତୁରନ୍ତ ସେବା ପ୍ରଦାନ କରିବ। ସମସ୍ତେ କେବଳ WhatsApp ମାଧ୍ୟମରେ ଏହି ସେବାକୁ ଉପଭୋଗ କରିପାରିବେ। QR Code ସ୍କାନ କରି କିମ୍ବା +୯୧ ୮୭୬୩୧୯୯୪୦୦ ନମ୍ବରକୁ “Hi” ମେସେଜ୍ ପଠାଇ ଏହି ସେବାରେ ସଂଯୁକ୍ତ ହୋଇପାରିବେ। ଏହି WhatsApp Chatbot ମାଧ୍ୟମରେ ନିମ୍ନଲିଖିତ ସେବାଗୁଡିକ ଉପଲବ୍ଧ ହେବ ଯେପରିକି ଇ-କମ୍ପ୍ଲେନ୍ (e-Complaint) ଦାଖଲହରାଇଥିବା ମୋବାଇଲ ଫୋନ ସମ୍ବନ୍ଧୀୟ ଅଭିଯୋଗପ୍ରତିକ୍ରିୟା (Feedback) ଦେବାନିକଟସ୍ଥ ପୋଲିସ ଷ୍ଟେସନ ଖୋଜିବା, ପାର୍କିଂ ସ୍ଥାନ ସମ୍ବନ୍ଧୀୟ ସୂଚନା, ପର୍ଯ୍ୟଟକ ସହାୟତା (Tourist Assistance)ଏହି ପଦକ୍ଷେପ ଦ୍ୱାରା ପୁରୀ ପୋଲିସ

ନାଗରିକଙ୍କ ସମସ୍ୟାର ସମାଧାନକୁ ଆହୁରି ଦ୍ରୁତ, ପ୍ରଭାବଶାଳୀ ଏବଂ ପାରଦର୍ଶୀ କରିବାକୁ ସମର୍ଥ ହେବ। ବିଶେଷ କରି ପର୍ଯ୍ୟଟକମାନେ ପୁରୀରେ ରହିବା ସମୟରେ ସୁରକ୍ଷା, ନିର୍ଦ୍ଦେଶନା ଏବଂ ଆବଶ୍ୟକ ସୂଚନା ଏହି ପ୍ଲାଟଫର୍ମ ମାଧ୍ୟମରେ ସହଜରେ ପାଇପାରିବେ।ଶ୍ରୀ ପ୍ରତୀକ ସିଂହ, ଏସ୍‌ପି, ପୁରୀ ଏହି ଅବସରରେ କହିଥିଲେ ଯେ, “ପୁରୀ ପୋଲିସ ସଦା ସର୍ବଦା ଲୋକମାନଙ୍କ ସେବା ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ। ଏହି WhatsApp Chatbot ସେବା ଆମ ସେବାକୁ ଆହୁରି ନିକଟରେ ନେଇଯିବ ଏବଂ ନାଗରିକମାନେ ତୁରନ୍ତ ସହାୟତା ପାଇପାରିବେ।” ଏହି ପ୍ରକଳ୍ପଟି PNB ONE ଦ୍ୱାରା ସମର୍ଥିତ ଏବଂ Rezler Systems ଦ୍ୱାରା ପ୍ରଯୁକ୍ତିଗତ ସହଯୋଗରେ ରୂପାୟଣ କରାଯାଇଛି। ପୁରୀ ପୋଲିସ ସମସ୍ତ ନାଗରିକ ଏବଂ ପର୍ଯ୍ୟଟକମାନଙ୍କୁ ଏହି ସେବାର ସଦୁପଯୋଗ କରି ସୁରକ୍ଷିତ ଓ ସୁବିଧାଜନକ ପରିବେଶ ଗଢ଼ିବାରେ ସହଯୋଗ କରିବାକୁ ଅନୁରୋଧ କରୁଛି।

Leave a Reply

Your email address will not be published. Required fields are marked *