ପୁରୀ ରେଳ ଷ୍ଟେସନ ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ

ପୁରୀ ରେଳ ଷ୍ଟେସନରେ ଏକ ନିର୍ମାଣାଧୀନ ଷ୍ଟେସନ କୋଠାର ସମ୍ମୁଖ ପୋର୍ଟିକୋ ଭୁଶୁଡ଼ି ପଡ଼ିବାରୁ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘଟଣା ସମୟରେ ଘଟଣାସ୍ଥଳରେ ୬ ଜଣ ଶ୍ରମିକ କାମ କରୁଥିଲେ, ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିଲେ।ଆହତ ୪ ଜଣ ଶ୍ରମିକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନେ ଏବେ ବିପଦମୁକ୍ତ ଅଛନ୍ତି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *