ପୁରୀ ସି ବିଚ୍ ଥାନା ପକ୍ଷରୁ ଆଇନ ଶୃଙ୍ଖଳା ଓ ସାମାଜିକ ସୁରକ୍ଷା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ

ପୁରୀ ଜିଲ୍ଲାର ସୀ ବିଚ୍ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ଓ ସାମାଜିକ ସୁରକ୍ଷା ବଜାୟ ରଖିବା ପାଇଁ ୨୦୨୬ ବର୍ଷର ଆରମ୍ଭରୁ ଏପର୍ଯ୍ୟନ୍ତ ପୋଲିସ ଦ୍ୱାରା ବିଭିନ୍ନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକଳାପ ସୀ ବିଚ୍ ଥାନାର ଆଇଆଇସି ଶ୍ରୀ ମନସ ଚକ୍ରଙ୍କ ନେତୃତ୍ୱରେ ସଫଳଭାବେ ପରିଚାଳିତ ହେଉଛି। ୨୦୨୬ ଜାନୁଆରୀ ୧ ତାରିଖରୁ ଏପର୍ଯ୍ୟନ୍ତ ସୀ ବିଚ୍ ଥାନାରେ ମୋଟ ୯ଟି ଏକ୍ସାଇଜ୍ ମାମଲା ରଜିଷ୍ଟର ହୋଇଥିବା ବେଳେ ୪୧.୩୪ ଲିଟର ବିଦେଶୀ ମଦ (F/L) ଓ ୫୫ ଲିଟର ଦେଶୀ ମଦ (I/D) ଜବତ କରାଯାଇଛି। ମଦ୍ୟପାନ କରି ଯାନ ଚାଳନା ବିରୋଧରେ କଡା ଅଭିଯାନ ଚାଲାଇ ୧୫ଟି ଡ୍ରଂକେନ ଡ୍ରାଇଭ୍ ମାମଲା ରଜିଷ୍ଟର କରାଯାଇଛି। ସେହିପରି ସାଧାରଣ ସ୍ଥାନରେ ମଦ୍ୟପାନ କରିବା ବିରୋଧରେ ୨୬୬ଟି ପିଆର୍ (PR) ମାମଲା ଦାଖଲ ହୋଇଛି। ସାମାଜିକ ଶାନ୍ତି ଓ ନିରାପତ୍ତା ନିମନ୍ତେ ଚାଲିଥିବା ବିଶେଷ ଅଭିଯାନରେ ଏହି ବର୍ଷ ସୀ ବିଚ୍ ଥାନା ପକ୍ଷରୁ ୩୦ ଜଣ ଅସାମାଜିକ ତତ୍ତ୍ୱଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବିଭିନ୍ନ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି।ଏହାସହ ଅଭ୍ୟାସଗତ ଅପରାଧୀମାନଙ୍କୁ ରୋକିବା ପାଇଁ ୨୦୨୬ ମସିହାରେ ୩ ଜଣ ହାବିଚୁଆଲ୍ ଅଫେଣ୍ଡରଙ୍କ ବିରୋଧରେ ୧୨୯ ବିଏନଏସ୍ (BNS) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ବର୍ଷ ୨୦୨୫ରେ ଏହି ଆଇନ ଅନୁଯାୟୀ ୨୬ ଜଣଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା, ଯାହା ପୋଲିସର ଦୃଢ ମନୋଭାବକୁ ପ୍ରକାଶ କରେ।ସୀ ବିଚ୍ ଥାନା ପୋଲିସ ସଦା ଲୋକଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ଓ ଶାନ୍ତି ପ୍ରତି ବଦ୍ଧପ୍ରତିଜ୍ଞ। ସାଧାରଣ ଲୋକମାନଙ୍କୁ ଅନୁରୋଧ ଯେ, ସେମାନେ ଆଇନକୁ ସମ୍ମାନ କରି ସହଯୋଗ କରନ୍ତୁ ଏବଂ କୌଣସି ଅସାମାଜିକ କାର୍ଯ୍ୟକଳାପ ଦେଖିଲେ ୧୧୨ରେ କଲ କରି ପୋଲିସକୁ ସୂଚନା ଦିଅନ୍ତୁ।

Leave a Reply

Your email address will not be published. Required fields are marked *