ହତ୍ୟା ଘଟଣାକୁ ନେଇ ପୁରୀ ଏସ୍ପି ଙ୍କ ସାମ୍ବାଦିକ ସମ୍ମିଳନୀ
ଗତ ୮ତାରିଖ ୨୦୨୬ ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଆପଣ୍ଡା ଗ୍ରାମର ରଞ୍ଜନ କୁମାର ଦାସଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ପୁରୀ ଏସ୍ପି ଙ୍କ ସାମ୍ବାଦିକ ସମ୍ମିଳନୀ l ହତ୍ୟା କରିଥିବା ଅଭିଯୁକ୍ତ ହେଉଛି ତନ୍ମୟ ମହାପାତ୍ର l ଅଭିଯୁକ୍ତ ଘର କେନ୍ଦ୍ରାପଡା ହୋଇଥିବାବେଳେ ଗତ କିଛିବର୍ଷ ହେବ ଅଭିଯୁକ୍ତ ତନ୍ମୟ ନିଜ ସମ୍ପର୍କୀୟ ଘରେ ରହି କାମ କରୁଥିଲେ l ୮ ତାରିଖ ବିଳମ୍ବିତ ରାତିରେ ରଞ୍ଜନ ନିଜ ସମ୍ପର୍କୀୟଙ୍କ ଶବଦାହ କରିବାକୁ ପୁରୀ ଆସିଥିଲେ,, ସେ ସମୟରେ ତନ୍ମୟଙ୍କ ସହ ବଚସା ହୋଇଥିଲା।ବଚସା ଉଗ୍ରରୁପ ନେବାପରେ ଅଭିଯୁକ୍ତ ତନ୍ମୟ ଏକ ଧାରୁଆ ଅସ୍ତ୍ରରେ ରଞ୍ଜନର ଗଳା କାଟି ହତ୍ୟା କରିଥିଲେ l ଏହି ଘଟଣାରେ ରଞ୍ଜନଙ୍କ ସାଙ୍ଗ ମଧ୍ୟ ଆହତ ହୋଇଥିଲେ l ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ତନ୍ମୟକୁ ସମୁଦ୍ରକୁଳ ଥାନା ପୋଲିସ ସେହି ଦିନ ଗିରଫ କରିଥିବା କହିଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂହ l
