ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଚାରିଚକିଆ ଯାନ ଯିବା ଘଟଣା ନେଇ ପୁରୀ ଏସ୍ପିଙ୍କ ପତିକ୍ରିୟା l

ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଚାରିଚକିଆ ଯାନ ଯିବା ଘଟଣା ନେଇ ପୁରୀ ଏସ୍ପିଙ୍କ ପତିକ୍ରିୟା l ଏ ଘଟଣାକୁ ନେଇ ପୁରୀ ପୋଲିସ ପକ୍ଷରୁ କାର ମାଲିକଙ୍କ ନାମରେ ଚାଲାଣ କଟାଯାଇଛି l କାର ମାଲିକ ଭୁବନେଶ୍ୱରର ବିରଜା ପ୍ରସାଦ ପଣ୍ଡା ଙ୍କ ନାମରେ 2500/-ଟଙ୍କାର ଚାଲାଣ କଟାଯାଇଥିବା ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ସେପଟେ ପୁରୀ ଏସ୍ପି କହିଛନ୍ତି ବିଭିନ୍ନ ସମୟରେ ବିଳମ୍ବିତ ରାତ୍ରିରେ କିଛି ବ୍ୟକ୍ତି ଗୁଗଲ୍ ମ୍ୟାପ୍ ଦେଖି ମନ୍ଦିର ପାଖକୁ ପହଞ୍ଚିଯାଉଛନ୍ତି l ସେମାନଙ୍କୁ ମଧ୍ୟ ସୁରକ୍ଷାକର୍ମୀ ମାନଙ୍କ ଦ୍ୱାରା ଅବଗତ କରାଯିବା ସହ ତତକ୍ଷଣାତ ସେଠାରୁ ଯାନକୁ ବାହାର କରିଦିଆଯାଉଛି ଏବଂ ଫାଇନ ମଧ୍ୟ କଟାଯାଉଛି l ଗୁଗୁଲ ମ୍ୟାପରେ ମର୍ଚିକୋଟ ଛକ ପର୍ଯ୍ୟନ୍ତ ଚାରି ଚକିଆ ଯାନ ଉପରେ କଟକଣା ରହିବା ନେଇ ଚିଠି କରାଯିବ l ଯାହାଫଳରେ google map ଦେଖି କୌଣସି ଗାଡି ମର୍ଚିକୋଟ ଛକ ଠାରୁ କୌଣସି ଭକ୍ତ ଶ୍ରୀମନ୍ଦିର ଆଡ଼କୁ ଆଣିପାରିବେ ନାହିଁ l

Leave a Reply

Your email address will not be published. Required fields are marked *