ପୁରୀ ଜେଲରେ ଆରମ୍ଭ ହେଲା ପାଠପଢା
ପୁରୀ ଜେଲରେ ଆରମ୍ଭ ହେଲା ପାଠପଢା, whats app Ar – ଦୀର୍ଘ ୯ ବର୍ଷ ପରେ ପୁରୀ ଜେଲରେ ଆରମ୍ଭ ହେଲା ପାଠପଢା | ଆଜିଠାରୁ ଜେଲ୍ରେ ଖୋଲିଲା ସ୍କୁଲ୍। ଏବେ ଦୈନିକ କଏଦୀମାନେ ଜେଲରେ ପାଠ ପଢିବେ | ବାହାରେ ଛିଡ଼ା ହୋଇ ପ୍ରାର୍ଥନା ବୋଲିବେ,ଶ୍ରେଣୀଗୃହରେ ବସି ପଣକିଆ ଗାଇବେ ¡|ଗୁଣନ ସାଙ୍ଗରେ ମିଶାଣ ଓ ଫେଡ଼ାଣ ବି ଶିଖିବେ। ୯ବର୍ଷ ଧରି ବନ୍ଦ ପଡ଼ିଥିବା ସ୍କୁଲ୍ ପୁଣି ଚଳଚଞ୍ଚଳହୋଇଛି | କେତେକ କଏଦୀ ଅ, ଆ ବି ଶିଖିବେ, ଶିକ୍ଷକ ନିଯୁକ୍ତି ପାଇବାପରେ ବନ୍ଦ ପଡ଼ିଥିବା ସ୍କୁଲର ତାଲା ଖୋଲି ଜେଲ କର୍ତ୍ତୃପକ୍ଷ ସଫା କରିଛନ୍ତି। ପୂର୍ବରୁ ୧୩ଟି ଜିଲ୍ଲା ଥିବା ବେଳେ ପ୍ରତ୍ୟେକଜେଲ୍ରେ ସ୍କୁଲ୍ ରହିଥିଲା। ଏଥିପାଇଁ ନିୟମିତଶିକ୍ଷକ ରହିଥିଲେ। ପ୍ରତ୍ୟେକ ଦିନ କଏଦୀମାନେ ପାଠ ପଢ଼ୁଥିଲେ। କିନ୍ତୁ ୨୦୧୬ ଡିସେମ୍ବର 31 ପରେ ସରକାର ଆଉ ନିୟମିତ ଶିକ୍ଷକ ନିଯୁକ୍ତି ଦେଲେନାହିଁ | ଏଣୁ ସେବେଠାରୁ ଜେଲରେ ସ୍କୁଲ୍ବନ୍ଦ ରହିଥିଲା । କଏଦୀମାନେପାଠ ପଢ଼ିବାକୁ ଇଛା କରୁଥିଲେ ମଧ୍ୟ ପଢି ପାରୁନଥିଲେ | ଯେଉଁମାନେ ଉଚ୍ଚଶିକ୍ଷା ଚାହୁଁଥିଲେ ସେମାନେ ଇଗ୍ କିମ୍ବା ଅନ୍ୟାନ୍ୟ ଅନୁଷ୍ଠାନ ଅଧୀନରେ ପରୀକ୍ଷା ଦେଉଥିଲେ । ଜେଲ୍ରେ ଏଭଳି କଏଦୀ ଅଛନ୍ତି ଯେଉଁମାନେ ଆଦୌ ପାଠ ପଢ଼ି ନାହାନ୍ତି । ପାଠ ନ ପଢ଼ିବାରୁ ସେମାନେ ଆଉ ଥରେ ମୁଖ୍ୟ ସ୍ରୋତକୁ ଫେରିବା ସମ୍ଭବ ହେଉନଥିଲା । ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ପାଠ ପଢିବା ନିତାନ୍ତ ଜରୁରି ହୋଇଥିବାରୁ ଜେଲ୍ମାନଙ୍କରେଏଭଳି ସ୍କୁଲର ପରିକଳ୍ପନା କରାଯାଇଥିଲା ।କିନ୍ତୁ ପୁରୀ ଜେଲ୍ରେ ୯ ବର୍ଷ ଧରି ଏହିବ୍ୟବସ୍ଥା କୋମାରେ ରହିଥିଲା। ଜେଲ୍ବିଭାଗରେ ଶିକ୍ଷକଙ୍କ ସଂଖ୍ୟା ଘୋର୍ ଅଭାବ ରହିଛି | ପୁରୀଜିଲ୍ଲା ବାଙ୍ଗର ଜେଲରେ ଅଗସ୍ତି ଶବରଙ୍କୁ ନିଯୁକ୍ତି ଦିଆଯାଇଛି ।ସେପ୍ରତି ସପ୍ତାହର ସୋମବାରରୁ ବୁଧବାର ପର୍ଯ୍ୟନ୍ତ କାରାଗାରରେ ପଢ଼ାଇବେ । ଅନ୍ୟତିନିଦିନ ସେ ମୂଳ ସ୍କୁଲ୍ରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶଦିଆଯାଇଛି | ପାଠପଢା ଆରମ୍ଭ ହେବାକୁ ନେଇ କଏଦୀମାନଙ୍କମଧ୍ୟରେ ଉତ୍ସାହ ଭରି ଯାଇଥିବା କର୍ତ୍ତୃପକ୍ଷକହିଛନ୍ତି।
