ଜାତୀୟ ମାନବାଧିକାର କମିଶନଙ୍କ ସ୍ବତନ୍ତ୍ର ମନିଟର ଙ୍କ ପୁରୀ ଜିଲ୍ଲା ଗସ୍ତ


ପୁରୀ ୨୬/୨ ଜାତୀୟ ମାନବାଧିକାର କମିଶନଙ୍କ ସ୍ପେଶାଲ ମନିଟର ବାଳକ୍ରୀଷ୍ଣ ଗୋଏଲ ଆଜି ପୁରୀ ଜିଲ୍ଲା ଗସ୍ତ କରିଛନ୍ତି।ଶ୍ରୀ ଗୋଏଲ ଙ୍କୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଏସ ପି ପ୍ରତୀକ ସିଂ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରିଥିଲେ।ପରେ ଶ୍ରୀ ଗୋଏଲ ସତ୍ୟବାଦୀ ବ୍ଲକର ଚଉଦ ବାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ସେଠାରେ ପିଲା ମାନଙ୍କ ଶିକ୍ଷା ଦାନ,ମଧ୍ୟାହ୍ନ ଭୋଜନ, ପରିଷ୍କାର ପରିଛନ୍ନତା ଇତ୍ୟାଦି ନିରୀକ୍ଷଣ କରିବା ସହ ପିଲା ମାନଙ୍କ ସହ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।ପରେ ଗୋପାଳପୁର ପାଟଣା ୨ ଅଙ୍ଗନବାଡି କେନ୍ଦ୍ର କୁ ପରିଦର୍ଶନ କରିଥିଲେ।ପିଲା ମାନଙ୍କ ବ୍ୟବସ୍ଥା, ଖାଦ୍ୟ ପେୟ,ଶିକ୍ଷା ଦାନ ପଦ୍ଧତି ସମ୍ପର୍କରେ ଅଙ୍ଗନବାଡି କର୍ମୀ ଙ୍କୁ ପଚାରି ବୁଝିଥିଲେ।ପରେ ପରେ ଉତ୍କଳ ବାଳାଶ୍ରମ ପରିଦର୍ଶନ କରିବା ସହ ଅନ୍ତେବାସୀ ଙ୍କ ସହ ବାର୍ତ୍ତାଳାପ,ଅସୁବିଧା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ଶ୍ରୀ ଗୋଏଲ ସମସ୍ତ ସ୍ଥାନରେ କାଗଜପତ୍ର ଅନୁଧ୍ୟାନ ସହ ବିବିଧ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ।ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *