କଟକ ଜେପିଏମ ରୋଟାରୀ ଚକ୍ଷୁ ହସ୍ପିଟାଲର ବାର୍ଷିକ ଉତ୍ସବରେ ସମ୍ମାନିତ ହେଲେ ପୁରୀର ସ୍ବେଚ୍ଛାସେବୀ ବିସ୍ମୟ ମିଶ୍ର
କଟକ ଜେପିଏମ ରୋଟାରୀ ଚକ୍ଷୁ ହସ୍ପିଟାଲ ୩୪ବର୍ଷରେ ପଦାର୍ପଣ କରିଛି ଏହା ମଧ୍ୟରେ ସେ ୧୦ଲକ୍ଷରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଇବା ଶହ ୩ଲକ୍ଷରୁ ଅଧିକ ଲୋକଙ୍କ ଚକ୍ଷୁ ଅସ୍ତ୍ରୋପଚାର କରିଅଛି। ପୁରୀ ପେଣ୍ଠକଟା ଅଞ୍ଚଳରେ ଥିବା ଗରିବ ଅସହାୟ ମାନଙ୍କ ଠାରେ ରୋଟାରୀ ଚକ୍ଷୁ ହସ୍ପିଟାଲର ସହଯୋଗ ନେଇ ଗୋପବନ୍ଧୁ ସେବା ପରିସଦର ବିସ୍ମୟ ମିଶ୍ର ୬ଥର ଚକ୍ଷୁ କ୍ୟାମ୍ପ କରାଇ 300ରୁ ଉର୍ଦ୍ଧ୍ବ ଚକ୍ଷୁ ଚିକିତ୍ସା କରାଇବା ସହିତ 68 ଜଣଙ୍କର ଚକ୍ଷୁ ଅସ୍ତ୍ରୋପଚାର ସହଯୋଗ କରିଥିବାରୁ ଜେପିଏମ ରୋଟାରୀ ଚକ୍ଷୁ ହସ୍ପିଟାଲ ତରଫରୁ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇ କୋର୍ଟର ବିଚାରପତି ଶ୍ରୀଯୁକ୍ତ ସସିକାନ୍ତ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଓଡିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ଟର ନୀଳକଣ୍ଠ ମିଶ୍ର ଓ କଟକ ସହର ବିଧାୟିକା ଇଂ ସୋଫିଆ ଫିର୍ଦୋଷ ଯୋଗଦାନ କରିଥିଲେ। ସମସ୍ତ ରୋଟାରିଆନ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
