ଉଦଳା ର ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ମୟୁରଭଞ୍ଜ ଜିଲ୍ଲା ଭାରତୀୟ କଂଗ୍ରେସ ସଭାପତି ରୂପେ ମନୋନୀତ
ଉଦଳା ର ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ମୟୁରଭଞ୍ଜ ଜିଲ୍ଲା ଭାରତୀୟ କଂଗ୍ରେସ ସଭାପତି ରୂପେ ମନୋନୀତ ———————————-ଉଦଳା ତା ୧/୧୦ ଉଦଳା ବିଜ୍ଞପିତ ଅଁ ଚଳ ପରିଷଦ ଅନ୍ତର୍ଗତ ମେଣ୍ଢାଖାଇ ବାସିନ୍ଦା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ମୟୁରଭଞ୍ଜ ଭଞ୍ଜ ଜିଲ୍ଲା ପୂର୍ବ ର କଂଗ୍ରେସ ସଭାପତି ରୂପେ ମନୋନୀତ ହୋଇଛନ୍ତି l ଉକ୍ତ ଖବର ପ୍ରଚାରିତ ହେବା ପରେ ପରେ ଉଦଳା ଏନ, ଏ, ସି ବ୍ୟତୀତ ସାରା ଉପଖଣ୍ଡ ରେ ଖୁସୀ ର ମାହୋଲ ସୃଷ୍ଟି ହୋଇଯାଇଛି l କଂଗ୍ରେସ କୁ ତୃଣ ମୂଳରୁ ମଜଭୁତ କରି ବାର ତାରିକା ପୂର୍ଣ୍ଣ ଚନ୍ଦ୍ର ଙ୍କୁ ବେସ ଭଲ ଭାବରେ ଜଣା l ସେ ଜଣେ ଦକ୍ଷ ଛାତ୍ର ନେତା ଭାବରେ ଉଦଳା ଅଂଚଳ ରେ ଜଣା ଶୁଣା l ବିଗତ ଦିନରେ ସେ ଉଦଳା ମହା ବିଦ୍ୟାଳୟ ରେ ଛାତ୍ର ସଂଗଠନ ର ସଭାପତି ଭାବରେ ନିର୍ବାଚିତ ହୋଇ ମହା ବିଦ୍ୟାଳୟ ର ଅନେକ ଉନ୍ନତି ସାଧନା କରି ଥିବାର ନଜିର ଏବେ ପର୍ଯ୍ୟନ୍ତ ରହି ଅଛି l ପରେ ପରେ ସେ ଭାରତୀୟ ଜାତୀୟ କଂଗ୍ରେସ ରେ ଯୋଗଦାନ କରି ଉଦଳା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଲାଗି ଅନେକ କାର୍ଯ୍ୟ କରିଛନ୍ତି l ତେବେ ଆଗାମୀ ଦିନରେ ପୁଣି ଆଉ ଥରେ ଅତୀତ ର ଜାତୀୟ କଂଗ୍ରେସ ର ଗଡ଼ କୁ ସୁଧାରି ବା ଲାଗି ତାଙ୍କର ଭୂମିକା ନିଶ୍ଚିତ ଭାବରେ କଂଗ୍ରେସ କର୍ମୀ ଙ୍କ ମହାଲରେ ଆଶା ସଂଚାର କରିବ ଏ ଥିରେ ସନ୍ଦେହ ର ଅବକାଶ ନାହିଂ l
