‘ ବୋଧିଚକ୍ର ‘ ର ପୌଷ ପୂର୍ଣ୍ଣିମା ଉପଲଷ୍ୟେ ମାସିକ ଅଧିବେଶନ

ତୃଷ୍ଣା-ରହିତ ଜୀବନଚର୍ଯ୍ୟା ହିଁ ପରମାନନ୍ଦର ଆଧାର ପୁରୀ ସହରର ଅଗ୍ରଣୀ ବୌଦ୍ଧିକ ଅନୁଷ୍ଠାନ ‘ ବୋଧିଚକ୍ର ‘ ର ପୌଷ ପୂର୍ଣ୍ଣିମା ଉପଲଷ୍ୟେ ମାସିକ ଅଧିବେଶନ ଶ୍ରୀ ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ତା୧୩-୦୧-୨୦୨୫ରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ବୁଦ୍ଧ ମୁର୍ତ୍ତି ପୂଜାର୍ଚ୍ଚନା ସହ ସମୂହ ଧ୍ୟାନ, ତ୍ରିସରଣ ଆବୃତ୍ତି ଓ ବୁଦ୍ଧ ବନ୍ଦନା ଗାନ କରାଯାଇଥିଲା

। ଏଥିରେ ଅଧ୍ୟାପକ ଡ଼ଃ ବଳରାମ ଦାଶ ସ୍ବାଗତ ଭାଷଣ ଦେଇ କହିଲେ ଯେ ଗୌତମବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗରେ ଶୀଳଯୁକ୍ତ ଜୀବନଚର୍ଯ୍ୟା ଫଳରେ ମନୁଷ୍ୟ ଶାନ୍ତି ଲାଭ କରିପାରିବ।ମୁଖ୍ୟବକ୍ତା ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ଵବିଦ୍ୟାଳୟର ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଚତୁଃ ଆର୍ଯ୍ୟସତ୍ୟର ବିସ୍ତୃତ ବ୍ୟାଖ୍ୟାନ କରି ଚରମ ପନ୍ଥାକୁ ତ୍ୟାଗକରି’ ଆଷ୍ଟାଙ୍ଗିକମାର୍ଗ ପୂର୍ବକ ମଧ୍ୟମ ପନ୍ଥା ଅବଲମ୍ବନ କରିବାକୁ ଉପଦେଶ ଦେଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ମୀରା ଖଣ୍ଡୁଆଳ କହିଲେ ତୃଷ୍ଣାରହିତ ଜୀବନ ଯାପନ କଲେ ଗୃହୀ ମଣିଷ ଶାନ୍ତି,ସମ୍ବୋଧି ଓ ନିର୍ବାଣ ଲାଭ କରି ପାରିବ। ବରିଷ୍ଠ ସମାଜସେବୀ ଶ୍ରୀପୂର୍ଣ୍ଣଚନ୍ଦ୍ର ସାହୁ ‘ ଧମ୍ମପଦ’ ଅନ୍ତର୍ଗତ ପଣ୍ଡିତ ବର୍ଗର କେତୋଟି ସୁନିର୍ବାଚିତ ଗାଥାର ଦାର୍ଶନିକ ବିଶ୍ଲେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଟେଶ୍ ଚଦ୍ର ପାତ୍ର, ଅଧ୍ୟାପିକା ପୁଷ୍ପା ମିଶ୍ର, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ,ପଦ୍ମିନୀ ପାତ୍ର,ମଧୁସ୍ମିତା ମହାରଣା,ତୁଳସୀ ସ୍ୱାଇଁ, ସୁଭାଶିଷ ପାତ୍ର,ବିକାଶ ସାମନ୍ତରାୟ, ଚନ୍ଦ୍ର ଶେଖର ବେହେରା, ସୁଶ୍ରୀ ସଂଗୀତା ମେଘା ରାଏ, ଲିପିଶ୍ରୀ ଭୁଜବଳ,ବର୍ଷାରାଣୀ ସେଠୀ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଉପାସକ ଉମେଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *