ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିଲ୍ଲୀ ରେ(ପୌଷପୁର୍ଣିମା) ପୁଷପୁନି ଉତ୍ସବ

ପରେ ପରେ ରାଜ୍ୟର ପଶ୍ଚିମାଞ୍ଚଳ ର ଅନ୍ୟତମ କୃଷିଭିତ୍ତିକ ଗଣପର୍ବ ପୁଷପୁନି (ପୌଷପୁର୍ଣିମା )ଉତ୍ସବ ଏବଂ ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଠାପନା, ସୁସ୍ୱାଦୁ ଖାଦ୍ୟ,ଭେଟଘାଟ ଉତ୍ସବ ପୁଷପୁନି କମିଟି ତରଫରୁ ଗତକାଲି ଅତି ଉତ୍ସାହ ସହକାରେ ଅନୁଷ୍ଠିତ ହୋଇଯାଇଛି. ପଶ୍ଚିମାଞ୍ଚଳ ରୁ ଓଡ଼ିଆ ମାନେ ଦୀର୍ଘବର୍ଷ ହେଲା ଦିଲ୍ଲୀ ରେ ଆସି ବସବାସ କରୁଥିଲେ ହେଁ ନିଜର କଳା, ସଂସ୍କୃତି, ପର୍ବପର୍ବାଣି ଓ ପରମ୍ପରା କୁ ଭୁଲି ନାହାନ୍ତି ଏମାନେ, ଯାହା ଦେଖିବାକୁ ମିଳିଥିଲା ଗତକାଲି ଏମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ପୁଷପୁନି ଉତ୍ସବ ରେ. ଅଖିଳ ଭାରତ ଆୟୁରବିଜ୍ଞାନ ସଂସ୍ଥାନ (ଏ. ଏଇ. ଏଇ. ଏମ. ଏସ.)ପରିସରରେ ଥିବା ସୁଇମିଙ୍ଗପୁଲ (ସନ୍ତରଣ ପୋଖରୀ ) ନିକଟସ୍ଥ ମୁକ୍ତାକାସ ଖୋଲାମଞ୍ଚ ରେ ପୂର୍ବlନ୍ନ ଏଗାର ଟା ଠାରୁ ଅପରାହ୍ନ ଚାରିଟା ଯାଏ ଆୟୋଜିତ ଏହି ଉତ୍ସବରେ ପ୍ରବେଶ ଦ୍ୱlର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସାଜସଜ୍ଜା ଦେଖିବାକୁ ମିଳିଥିଲା. ଉତ୍ସବ ପରିସରରେ ଥିବା ବିଭିନ୍ନ ଷ୍ଟଲରେ ସ୍ୱାଦିଷ୍ଟ ଖାଦ୍ୟ ପସରା ରେ ରେ ବେସ ଭିଡ଼ ଜମିଥିଲା. ପଶ୍ଚିମାଞ୍ଚଳର ଆନୁମାନିକ ଏକଶତ ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ମାନେ ସପରିବାର ସହ ଏହି ପର୍ବ ରେ ଏକତ୍ରିତ ହୋଇ ସୁସ୍ୱାଦୁ ଖାଦ୍ୟପେୟ ର ମଜା ନେବା ସହ ନାଚଗୀତ କୁ ମନଭରି ଉପଭୋଗ କରୁଥିବା ସହ ରଙ୍ଗବତୀ ଓ ଅନ୍ୟlନ୍ୟ ସମ୍ବଲପୁରୀ ଗୀତ ର ତାଳେ ତାଳେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା. ନୃତ୍ୟଗୁରୁ ଶ୍ରୀମନ୍ତ କୁମାର ମିଶ୍ର ଙ୍କ ନିର୍ଦେଶନା ରେ ତାଙ୍କ ଅନୁଷ୍ଠିନ ର ଛାତ୍ରୀ ମାନେ ଗୋଟିଏ ପରେ ଗୋଟିଏ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ଙ୍କ ମନମୁଗ୍ଧ କରିଥିଲେ. ଶେଷରେ ଆୟୋଜକ ପୁଷପୁନି କମିଟି ତରଫରୁ ସମସ୍ତ ନୃତ୍ୟ ଶିଳ୍ପୀ ମାନଙ୍କୁ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଆଇନଜୀବୀ ଅବନୀ ସାହୁ, ବରିଷ୍ଠ ଡାକ୍ତର ପ୍ରଦୀପ କୁମାର ଦେବତା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା. ଆୟୋଜିତ ଏହି ଉତ୍ସବକୁ ବିମଳପଣ୍ଡା, ଅର୍ଜୁନ ସାହୁ,ଆଇନଜୀବି ପ୍ରଭାକର ମେହେର,ପୁର୍ଣ୍ଣେନ୍ଦୁ ହୋତା, ସସ୍ମିତା ପଣ୍ଡା, ଝୁମିମିଶ୍ର, ମାନସ ରଞ୍ଜନ ମିଶ୍ର, ସୁନିତା ମେହେର ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ପ୍ରାରମ୍ଭରୁ ଅନ୍ତିମପର୍ଯ୍ୟାୟ ଯାଏ ବିମଳପଣ୍ଡା ମଞ୍ଚ ପରିଚାଳନା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବ ରେ ଭରତୀୟ ବ୍ୟାଙ୍କ ସଂଗଠନ ର ଉପଦେଷ୍ଟା ତଥା ପଞ୍ଜାବ ନ୍ୟାସନେଲ ବ୍ୟାଙ୍କ ର ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଦକ(ସି. ଜି. ଏମ )ବିକାଶ ନାରାୟଣ ମିଶ୍ର,ଭାରତୀୟ ବୈଦେଶ ମନ୍ତ୍ରଣାଳୟ ର ବରିଷ୍ଠ ପ୍ରଶାସକ ମାନସ ପଟେଲ, ନେ୍ଫେଡ ର ଅତିରିକ୍ତ ପରିଚାଳନା ନିର୍ଦେଶକ ଅମୀୟ ରଥ, ୟୁନିୟନ ବ୍ୟାଙ୍କ ର ବରିଷ୍ଠ ପ୍ରବନ୍ଧକ ସଞ୍ଜୟ ଶତପଥୀ, ସି. ବି. ଆଇ ର ଅଧକାରୀ ସାରଳା ମିଶ୍ର, ସର୍ବୋଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପଣ୍ଡା, ଆଇନଜୀବୀ ଅବନି କୁମାର ସାହୁ, ଆଇନଜୀବୀ ଶରତ ନନ୍ଦ, ବରିଷ୍ଠ ସାମ୍ବାଦିକ ଡ଼. ଭବାନୀ ଦୀକ୍ଷିତ ସବଦରଜଂଗ ହସ୍ପିଟାଲ ତଥା ବର୍ଦ୍ଧମାନମେଡିକାଲ କଲେଜ ର ଶିଶୁରୋଗ ବିଶେଷଜ୍ଞ ଡା ପ୍ରଦୀପ କୁମlର ଦେବତା,,ଶ୍ରୀ ନୀଳାଚଳ ସେବା ସଙ୍ଘ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଓଡିଶା ମଞ୍ଚ ର ସମ୍ପାଦକ ରବି ପାଣି, କୋଷାଧକ୍ଷ ପ୍ରବାସ ପ୍ରଧାନ, ଯୁବ ଆଇନଜୀବୀ ଗୌତମ ଦାସ, ଡ଼. ପ୍ରକାଶ ଷଡ଼ଙ୍ଗୀ, ଜାତୀୟ ତାପଜ ବିଦ୍ୟୁତ ନିଗମ ର ମୁଖ୍ୟ ଚିକିତ୍ସାଧିକାରୀ ଡା ବସନ୍ତ କୁମାର ବେହେରା, ପଞ୍ଜାବ ନ୍ୟାସନେଲ ବ୍ୟାଙ୍କ ର ପ୍ରବନ୍ଧକ ବିଶ୍ୱଜିତ ମହାନ୍ତି ପ୍ରମୁଖ ଏହି ଉତ୍ସବ ରେ ଯୋଗଦେଇଥିବା ଦେଖାଦେଇଥିଲା. ଆୟୋଜକ ଙ୍କ ତରଫରୁ ସମସ୍ତଙ୍କୁ ସୁସ୍ୱାଦୁ ଖାଦ୍ୟପେୟ ଦ୍ୱାରା ଆପ୍ୟାୟିତ କରାଯାଇଥିଲା.

Leave a Reply

Your email address will not be published. Required fields are marked *