ଚିଲିକାରୁ ବୃହତ ଅଜଗର ଉଦ୍ଧାର : ପୁରୀଜିଲ୍ଲା ବ୍ରହ୍ମଗିରି ମତ୍ସ୍ୟଜୀବି ଆତଙ୍କିତ

ଆଜି ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁର ଓ ଗବକୁଣ୍ଡ ଅଂଚଳରୁ ଏକ ଆଠ ପୁଟ ର ଅଜଗର ସାପ ମାଛ ଓ ଚିଙ୍ଗୁଡ଼ି ପାଇଁ ବସାଇଥିବା ଜାଲ ମଧ୍ୟରୁ ମିଳିଛି l ପ୍ରତିଦିନ ଚିଲିକାରୁ ମାଛ ମାରି ହଜାର ହଜାର ମର୍ସ୍ୟଜୀବୀ ନିଜର ପରିବାର ପୋଷଣ କରୁଛନ୍ତି l ସନ୍ଦ୍ୟା ରେ ଜାଲ ବାନ୍ଧି ସକାଳୁ ମାଛ ଚିଙ୍ଗୁଡ଼ି ଆଦାୟ କରିବା ନିତିଦିନ କାର୍ଯ୍ୟ କିନ୍ତୁ ଗତକାଲି ସନ୍ଧ୍ୟା ରେ ଜାଲ ବାନ୍ଧି ସକାଳୁ ମିର୍ଜାପୁର ର ମାର୍ସ୍ୟଜୀବୀମାନେ ଚିଲିକାକୁ ମାଛ ଧରିବାକୁ ଗଲାବେଳେ ଏକ ଆଠ ପୁଟ ର ଅଜଗର ସାପ ଜାଲରେ ପଡିଥିବାର ଦେଖିବାକୁ ମିଳିଥିଲା l ଏଠାରେ ଭଗବାନଙ୍କ ଆଶୀର୍ବାଦ ରୁ ଅଜଗର ଟି କାହାର କିଛି କ୍ଷତି କରିବା ପୂର୍ବରୁ ମାଛ ଜାଲରେ ପସି ଯାଇଥିଲା l ପରେ ପରେ ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟାରେ ଅଜଗର ଟିକୁ ଉଦ୍ଧାର କରାଯାଇଥିଲା l ଆଜିଠାରୁ କାଳେ ଆଉ ଅଜଗର କି କୁମ୍ଭୀର ଥିବା ଭୟରେ ଚିଲିକା କୁ ମର୍ସ୍ୟଜୀବୀ ମାନେ ଚିଲିକା ଯିବାକୁ ଭୟ କରିବା ସହିତ ନିଜର ପରିବାର କିପରି ଚଳିବ ଚିନ୍ତାରେ ବସିଛନ୍ତି l ଅପର ପକ୍ଷରେ ଅଜଗର ଟିକୁ ସ୍ନେକ ହେଲ୍ପଲାଇନ ଦ୍ୱାରା ଉଦ୍ଧାର କରାଯାଇ ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା l ଆମ ଚାନେଲ ପ୍ରତିନିଧି ବ୍ରହ୍ମଗିରିର ବନବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ଅଧିକାରୀଙ୍କ ବାଇଟ ନେବାକୁ ଚେଷ୍ଟା କରି ଅଧିକାରୀଙ୍କୁ କଲ କରିଥିଲେ l ବନବିଭାଗ ଅଧିକାରୀ କହିଥିଲେ ସାପଟିକୁ ଜଙ୍ଗଲ ରେ ଛାଡିବାକୁ ଯାଉଛୁ l ଆମ ଚାନେଲ ପ୍ରତିନିଧି କୋଉ ଜାଗାରେ ଛାଡ଼ିବେ କୁହନ୍ତୁ ପଚାରିବାରୁ ଏହା କହି ହେବନାହିଁ କହି କଲ କାଟି ଦେଇଥିଲେ l ବର୍ତମାନ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି ଅଜଗର ସାପଟିକୁ ଜଙ୍ଗଲ ରେ ଛଡ଼ାଯାଇଛି କି ସାପ ତସ୍କର ମାନଙ୍କୁ ଛାଡ଼ିବା ନାମରେ ବିକ୍ରି କରାଯାଇଛି l ସେ ଯାହାବି ହେଉ ଚିଲିକା କୂଳରେ ଥିବା ମାର୍ସ୍ୟଜୀବୀମାନେ କିଭଳି ଏହି ନିର୍ଭୟ ରେ ମାଛ ମାରିବାକୁ ଯିବେ ସରକାର ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ l

Leave a Reply

Your email address will not be published. Required fields are marked *