ଆଠ ଫୁଟର ଅଜଗର ସାପ ଉଦ୍ଧାର
ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା କାମାକ୍ଷାନଗର ବ୍ଲକ କନ୍ତିଓ ପୁଟସାହି ଗ୍ରାମରୁ ସ୍ନେକ ହେଲପ ଲାଇନର ସଦସ୍ୟ ମାନେ ଏକ ଆଠ ଫୁଟର ଅଜଗର ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି ।ଅଜଗରଟି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ବାରି
ପଛରେ ଥିବା ବେଳେ ସର୍ପ ଉଦ୍ଧାରକାରୀ ଦଳ ର ସଦସ୍ୟ ନାରାୟଣ ମହାଳିକ, ମହେନ୍ଦ୍ର ଭୂତିଆ ସାପଟିକୁ ଉଦ୍ଧାର କରାଯାଇଥିଲା। ପରେ ଅଁଳାବେରେଣି ବନ ବିଭାଗ ର ରମେଶ ଚନ୍ଦ୍ର ପାଣିଗ୍ରାହୀ ଓ ରୁକ୍ମିଣୀ ସାହୁ ତଥା କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ କଦଳିପାଳ ସଂରକ୍ଷିତ ଜଙ୍ଗଲ ରେ ଛାଡ଼ି ଦିଆଯାଇଥିଲା ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର
