ଆଦିକବି ଶାରଳା ଦାସ ମହାବିଦ୍ୟାଳୟ ରେ ପ୍ରଶ୍ନ ପତ୍ର ଲିକ୍
ତିର୍ତ୍ତୋଲ:ପିଲା ମାନଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ଶିକ୍ଷା ବିଭାଗ ତରଫରୁ ସମସ୍ତ ବର୍ଗ ର ପରୀକ୍ଷା ରେ ସ୍ୱଛତା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରୁଥିବା ଦେଖିବାକୁ ମିଳୁଛି | ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ର ରେ AI କ୍ୟାମେରା ବ୍ୟବହାର ମଧ୍ୟ କରାଯାଉଛି | ଏସବୁ ସତ୍ୱେ ଅନେକ ସମୟରେ ପ୍ରଶ୍ନପତ୍ର ଲିକ୍ ହେବା ଫଳରେ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କିଛି ଅସାଧୁ କର୍ମଚାରୀ ଙ୍କ ଯୋଗୁଁ ସମଗ୍ର ଶିକ୍ଷାନୁଷ୍ଠାନ କଳଙ୍କିତ ହେଉଛି | ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମଧ୍ୟରେ ଅନ୍ୟତମ ତିର୍ତ୍ତୋଲ ସ୍ଥିତ ଆଦିକବି ଶାରଳା ଦାସ ମହାବିଦ୍ୟାଳୟ ରେ, ବର୍ତ୍ତମାନ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି +3 ପ୍ରଥମ ସେମିଷ୍ଟାର ର ପରିବେଶ ବିଜ୍ଞାନ ର ପ୍ରଶ୍ନପତ୍ର | ପରୀକ୍ଷା ପରିଚାଳନା ଦାୟିତ୍ୱ ରେ ଥିବା ଅଧ୍ୟାପକ କିମ୍ବା କର୍ମଚାରୀ ଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ପ୍ରଶାସନ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି | ଫୋନ୍ ଯୋଗେ ବିଦ୍ୟାଳୟ ର ଅଧକ୍ଷ ଙ୍କ ମତାମତ ନେବା ବେଳେ କମିଟି ଗଠନ କରାଯାଇ ତାର ତଦନ୍ତ କରାଯାଉଛି ବୋଲି କହିଛନ୍ତି |
