ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସୁରକ୍ଷାକୁ ନେଇ ପ୍ରଶ୍ନ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟରେ ଟେଣ୍ଟ ବାନ୍ଧିବା ସହ ଚେୟାର ପଡିବାକୁ ନେଇ ଅସନ୍ତୋଷ। ପଶ୍ଚିମଦ୍ବାର ସମ୍ମୁଖରେ କିଛି ଭକ୍ତ ଟେଣ୍ଟ ବାନ୍ଧି,,ଚେୟାର ପକାଇ ବସି କିଛି କାର୍ଯ୍ୟକ୍ରମ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ମାଳମାଳ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଏଭଳି ଟେଣ୍ଟ ବନ୍ଧା ହୋଇ କାର୍ଯ୍ୟକ୍ରମ ହେଉଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ତେବେ କିଏ ସେ ପ୍ରଭାବଶାଳୀ ବ୍ୟକ୍ତି ଯିଏ କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟରେ ଟେଣ୍ଟ ବାନ୍ଧିବା ସହ ଚେୟାର ପକାଇ କିଛି କାର୍ଯ୍ୟକ୍ରମ କରୁଥିଲେ ସେନେଇ ସ୍ପଷ୍ଟ ହୋଇନାହିଁ । ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପରିବର୍ତ୍ତେ ସୁରକ୍ଷାକର୍ମୀଙ୍କ ଏଭଳି କୋହଳ ମନୋଭାବକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ତେବେ ସହରର କିଛି ବୁଦ୍ଧିଜୀବୀ ମାନଙ୍କ ନଜରକୁ ଏହା ଆସିବା ପରେ ତୁରନ୍ତ ସିଂହଦ୍ଵାର ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ ସିଂହଦ୍ଵାର ଥାନା ପୋଲିସ ପଶ୍ଚିମଦ୍ବାର ସମ୍ମୁଖ ପରିକ୍ରମା ପ୍ରକଳ୍ପ ନିକଟକୁ ଆସି ଟେଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦେବାପରେ ଏହା ଖୋଲାଯାଇଥିବା ଜଣାପଡିଛି। ତେବେ ସମସ୍ତେ ଗୁଜୁରାଟର ଭକ୍ତ ହୋଇଥିବା ବେଳେ ସେମାନେ ପରିକ୍ରମା ପ୍ରକଳ୍ପ ମଧ୍ୟରେ କିଛି ପୂଜା କରୁଥିଲେ ବୋଲି ଜଣାପଡିଥିଲା ।
