ଆର୍. ଡି. ଏସ୍ ଡିଗ୍ରୀ ମହାବିଦ୍ୟାଳୟ ରେ ମାଇକ୍ରୋବାଇଓଲୋଜି ବିଭାଗର ଆଲୋଚନା ଚକ୍ର ।

ଉଦଳା, କୁଣ୍ଡାବାଇ ସ୍ଥିତ ଆର୍. ଡି. ଏସ୍. ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ମାଇକ୍ରୋବାଇଓଲୋଜି ବିଭାଗ ପକ୍ଷରୁ “ମାଇକ୍ରୋବସ ଆଣ୍ଡ କ୍ୟାନ୍ସର” ଶୀର୍ଷକରେ ଏକ ବାର୍ଷିକ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ଗିରି ଉକ୍ତ ଆଲୋଚନା ଚକ୍ରକୁ ଉଦଘାଟନ କରିବାସହ ସମ୍ୟକ ବିଷୟ ଭିତ୍ତିକ ତଥ୍ୟ ଦେବାସହ ଅଣୁଜୀବ ବିଜ୍ଞାନ ବିଭାଗକୁ କେମିତି ଶ୍ରେଷ୍ଠ ବିଭାଗ କରାଯାଇ ପାରିବ ସେବିଷୟରେ ମତବ୍ୟକ୍ତ କରିଥିଲେ । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ତଥା ବିଷୟ ବିଶେଷଜ୍ଞ ଭାବେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ପ୍ରିୟ ରଞ୍ଜନ ଦେବତା ଯୋଗ ଦେଇ ପି ପି ଟି ମାଧ୍ୟମରେ ସୁନ୍ଦର ବିଷୟ ଭିତ୍ତିକ ତଥ୍ୟ ଉପସ୍ଥାପନ କରିବା ସହ କ୍ୟାନ୍ସର ବିଷୟରେ ଧାରଣା ଦେଇ ବୁଝାଇଥିଲେ | ବିଭାଗୀୟ ମୁଖ୍ୟ ରାଜେଶ କୁମାର ରାଉତରାୟ ଅତିଥି ପରିଚୟ ପ୍ରଦାନ କରିବା ସହ ଆଲୋଚନାଚକ୍ର ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ଵାରା ମାଇକ୍ରୋବାଇଓଲୋଜି ବିଭାଗର ଏକ ବାର୍ଷିକ ବିବରଣୀ ପତ୍ର ଉଦଘାଟିତ ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସୁଶ୍ରୀ ଅଭିପ୍ସା ମହାପାତ୍ର, ଶୁଭମ ବାରିକ, ଏବଂ ଲୌଲି ଜେନା ପ୍ରମୁଖ ପି ପି ଟି ମାଧ୍ୟମରେ ନିଜ ନିଜର ପ୍ରେଜେଣ୍ଟସନ ଉପସ୍ଥାପନ କରି ଅତିଥି ମାନଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ | ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ସୁବ୍ରତ କୁମାର ବେହେରା କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ଆଲୋଚନା ଚକ୍ରରେ ବିଭାଗୀୟ ଡେମୋନଷ୍ତ୍ରାଟର ଜିତେନ୍ଦୁ କୁମାର ବେହେରା କାର୍ଯ୍ୟ କୁ ସୁଚାରୁ ରୂପେ ପରିଚାଳନା କରିବା ସହ ଆଟେଣ୍ଡାଣ୍ଟ ଅର୍ଜୁନ କୁମାର ବାରିକ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ଉକ୍ତ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନରେ ପରିଣତ କରିଥିଲେ ।

Leave a Reply

Your email address will not be published. Required fields are marked *