ପାଳିତ ହେଲା ରାବଣ ପୋଡି ମହୋତ୍ସବ
ସମଗ୍ର ରାଜ୍ୟ ରେ ପାଳିତ ହୋଇଯାଇଛି ରାବଣ ପୋଡି ମହୋତ୍ସବ।ଅସତ୍ୟ ପରେ ସତ୍ୟ ର ବିଜୟ ପ୍ରତିକ ଭାବେ ପାଳିତ ହେଉଥିବା ରାବଣ ପୋଡି ମହୋତ୍ସବ କସିଆ ମେରାଇନ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗର ଗ୍ରାମ ପଞ୍ଚାୟତ ରେ ଧୁମୁ ଧାମ୍ ସହିତ ପାଳିତ ହୋଇଯାଇଛି। ଗୋପବନ୍ଧୁ ନଗର ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଆଜି ହଜାର ହଜାର ଶ୍ରଧ୍ୟାଳୁ ଙ୍କ ଉପସ୍ଥିତି ରେ ପ୍ରାୟ ପଚାଶ ଫୁଟ ଉଚ୍ଚତା ବିଶିଷ୍ଟ ନିର୍ମିତ ରାଵଣ ପ୍ରତିକୃତି ରେ କମିଟି ର ସଭାପତି ଶ୍ରୀଯୁକ୍ତ ଅମୁଲ୍ୟ କୁମାର ମାଇତି ଓ ସମ୍ପାଦକ ଶ୍ରୀଯୁକ୍ତ ବୁଦ୍ଧିରାମ ଭୋଇ ଅଗ୍ନି ସଂଯୋଗ କରିଥିଲେ। ଆତସବାଜି ଓ ବାଣ ରୋଷଣୀ ରେ ପ୍ରକମ୍ପିତ ହୋଇ ଉଠିଥିଲା ଦୁର୍ଗାପୂଜା ପଡ଼ିଆ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଅଗ୍ନିସମ ବିଭାଗ କର୍ମଚାରୀ ମଧ୍ୟ ସଜାଗ ଥିଲେ। ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଗିରି, ଦୀପକ୍ ରଞ୍ଜନ ଗିରି, ରଙ୍ଗାଧର ଜେନା,ଅନନ୍ତ ସିଂ, ପୂର୍ଣ୍ଣଚନ୍ଦ୍ର ଦାସ, ଅନାଦି ବେହେରା, ସୁଜିତ୍ ମଣ୍ଡଳ, ପୂର୍ଣ୍ଣଚନ୍ଦ୍ର ପଲାଇ, ପର୍ଶୁରାମ ମୁଦୁଲି, ଗଗନ ମହାଳିକ, ସୁଶାନ୍ତ ଵିଶ୍ବାଳ, ପଞ୍ଚାନନ କରଣ,ବ୍ୟମକେଶ ସାମନ୍ତ, ନବଘନ ବେହେରା,ଶରତ ନାୟକ, ଅକ୍ଷୟ ବେହେରା ପ୍ରମୁଖ ଏହି ରାବଣ ପୋଡି ମହୋତ୍ସବ କୁ ସଫଳତା ସହ ସମ୍ପୂର୍ଣ୍ଣ କରିଥିଲେ।
Punil Kumar Samanta reporter
