ଅସୁରକ୍ଷିତ ପାଲଟିଛି ଚନ୍ଦ୍ରଭାଗା ରୁ ରାମଚଣ୍ଡୀ
ଅସୁରକ୍ଷିତ ପାଲଟିଛି ଚନ୍ଦ୍ରଭାଗା ରୁ ରାମଚଣ୍ଡୀ
କୋଣାର୍କ – ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପବିତ୍ର ତୀର୍ଥକ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ କୁ ଯାତାୟାତ ପାଇଁ ଏକମାତ୍ର ସାହାରା ବେଳାମାର୍ଗ ରାସ୍ତା ବା ମେରାଇନ ଡ୍ରାଇଭ୍ ରାସ୍ତା । ଏହି ରାସ୍ତାରେ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ, ବଣଭୋଜି ସ୍ଥଳୀ, ବିସ୍ଥିନ୍ନ ସମୁଦ୍ର ବେଳାଭୂମି, ଇକୋ ରିଟ୍ରିଟ୍ ସ୍ଥଳୀ, ଝାଉଁ ବଣ ଆଦି ରହିଛି। ବିଶେଷକରି ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ନିଛାଟିଆ ରାସ୍ତା, ଖୋଲା ବେଳାଭୂମି, ଝାଉଁ ଓ କାଜୁ ବଣ ରହିଛି। ପୂରୀ ଓ କୋଣାର୍କ ବୁଲି ଆସୁଥିବା ପ୍ରାୟ ରାଜ୍ୟ ଓ ଦେଶୀୟ ପର୍ଯ୍ୟଟକ ମାନେ ଏଠାରେ ମନୋରମ ଜାଗା ଉପଭୋଗ କରିବା ସହ ଭୋଜି ଭାତ ଆସର ଜମାଇ ସମୁଦ୍ରରେ ସ୍ନାନ କରନ୍ତି। ଏହି ସ୍ଥାନ ଗୁଡ଼ିକ ଅତ୍ୟନ୍ତ ଅସୁରକ୍ଷିତ ପାଲଟିଛି। ବିଶେଷକରି ପ୍ରେମୀ ଯୁଗଳ ମାନେ ନିଛାଟିଆ ଜଙ୍ଗଲରେ ପ୍ରେମାଳପ ସହ ସମୁଦ୍ରରେ ଅସୁରକ୍ଷିତ ସ୍ନାନ ଆଦି କରୁଥିବା ଦେଖିବାକୁ ମିଳୁଛି। ବିଗତ ଦିନରେ ଓଡ଼ିଆର ଗଞ୍ଜାମ ଓ ବ୍ରହ୍ମପୁରରେ ଅଘଟଣ ଘଟିଛି। ଏଠାରେ କିଛି ଅଘଟଣ ନଘଟିବ କିଛି କହି ହେଉନି। ପୋଲିସ୍ ପେଟ୍ରୋଲିଂ ଅଭାବ, ପୋଲିସ୍ ମୁତୟନ ଓ କାର୍ଯ୍ୟର ଅନିୟମିତା ସହ ବ୍ୟାପକ ସଂଖ୍ୟାରେ ଗୃହରକ୍ଷୀ କର୍ମଚାରୀ ଓ ଲାଇଫ ଗାର୍ଡ ନଥିବାରୁ ଅନେକ ସମୟରେ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପୀଠ ପ୍ରାୟ ୬ କିଲୋ ମିଟରରେ ନିଛାଟିଆ ସ୍ଥାନରେ ବେନିୟମ ଭାବେ ଗାଡ଼ି ଚାଳନା, ବେଆଇନ୍ ପାର୍କିଂ, ବାଲୁଖଣ୍ଡ ଅଭୟାରଣ୍ୟରରେ ପିକିନିକ ନାମରେ ବଣ ଭୋଜି, ନାଚ ଗୀତ, ମଉଜ ଆଦି କରୁଛନ୍ତି। ସୁରକ୍ଷା ଅଭାବରୁ ଅନେକ ସମୟରେ ଝିଅ ବୋହୂ ମାନେ ଅସୁରକ୍ଷିତ ମନେ କରୁଛନ୍ତି। ଏହି କୋଣାର୍କ ଥାନା, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଓ ଟୁରିଷ୍ଟ ଥାନା ସହ ରାମଚଣ୍ଡୀ ଥାନା ଅଞ୍ଚଳରେ ଯାଉଛି। ମାତ୍ର ୬ କିମି ଏହି ଜାଗା ପାଇଁ ୪ଟି ଯାକ ଥାନାର ଅଞ୍ଚଳ ରହିଛି। ତଥାପି ଠିକ୍ ଭାବେ ପୋଲିସ୍ ମୁତୟନ, ପେଟ୍ରୋଲିଂ ଅଭାବ ଓ ସଚେତନତା ଠିକ୍ ସେ କରାଯାଉ ନାହିଁ। ଯାହା ଫଳରେ ଅବାଧରେ ପ୍ରେମୀ ଯୁଗଳ ବିଚରଣ, ନିଶାଗ୍ରସ୍ତ ଯୁବପିଢୀଙ୍କ ଆଡ୍ଡା, ପାରିବାରିକ ଭୋଜି ଆସର ଓ ସାଂଗଠାନିକ କାର୍ଯକ୍ରମ ଆଦି କରାଯାଉଛି। ଯାହା ଅତ୍ୟନ୍ତ ଅସୁରକ୍ଷିତ ପାଲଟିଛି। ଏଥି ସହିତ ବନ ବିଭାଗ ପକ୍ଷରୁ କୌଣସି କଟକଣା କି ବନ ସୁରକ୍ଷା ସମିତି ପକ୍ଷରୁ ଜଗା ରଖା କରାଯାଉନି। ଏହି ଅଞ୍ଚଳରେ ଅନେକ ଦୁର୍ଘଟଣା, ସମୁଦ୍ର ବୁଡି, ରାହାଜାନୀ, ବାଇକ୍ ଚୋରୀ, ଡକାୟତି, ଗଣ୍ଡଗୋଳ, ମାରପିଟ୍ ସହ କମେଟ ମରା ଆଦି ମଧ୍ଯ ବିଗତ ଦିନରେ ଦେଖିବାକୁ ମିଳିଛି। ତେଣୁ ଏହାକୁ ଗୁରୁତ୍ବ ଭାବି ପର୍ଯ୍ୟଟନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ କଟକଣା ବ୍ୟବସ୍ଥା ଆଦି କରାଇବାକୁ ସାଧାରଣରେ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ କୋଣାର୍କ ର ବଦନାମ୍ ନହେବ ତାହା କହି ହେବନି।
