ଏକ ଦେଶ ଏକ ନିର୍ବାଚନ ପାଇଁ ବୃଦ୍ଧିଜୀବି କର୍ମଶାଳା ଅନୁଷ୍ଠିତ
ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ଏକ ଦେଶ ଏକ ନିର୍ବାଚନ ପାଇଁ ବୃଦ୍ଧିଜୀବି କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଆଜି ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କର୍ମଶାଳାରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ଗୋଟିଏ ନିର୍ବାଚନ ଫଳରେ ଦେଶର କିଭଳି ବିକାଶ ହେବ ଆଲୋଚନା କରିଥିଲେ l ଏହି କର୍ମଶାଳାରେ ଅନ୍ୟତମ ଅତିଥିଭାବେ ରାଜ୍ୟ ବିଜେପି ମୁଖପାତ୍ର ସଜନ ଶର୍ମା ଯୋଗ ଦେଇ ଏକ ଦେଶ ଏକ ନିର୍ବାଚନ ହେବା ଫଳରେ ଦେଶ କିଭଳି ଲାଭ ହେବ ବୃଦ୍ଧିଜୀବି ମାନଙ୍କୁ ସଚେତନତା କରିଥିଲେ l ଏହି ଅବସରରେ ଜିଲ୍ଲା ବିଭିନ୍ନ ବ୍ଲକ ଓ ପଂଚାୟତର କାର୍ଯ୍ୟକର୍ତା ଓ ବୃଦ୍ଧିଜୀବି ମାନେ ଯୋଗଦେଇ ଏକ ଦେଶ ଏକ ନିର୍ବାଚନ ସମ୍ପର୍କରେ ନିଜ ନିଜ ମତ ପ୍ରକାଶ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
