ସେବା ଦ୍ଵାରା ଦୃଷ୍ଟିହୀନ ଛାତ୍ର ଛାତ୍ରୀ ମାନଙ୍କୁ ରେଡ଼ିଓ ବଣ୍ଟନ

ନୟାଗଡ଼ ତା:- ୨୭.୧୦.୨୦୨୧ ରିଖ ବୁଧବାର ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କ ଶିକ୍ଷା ପୁନର୍ବାସ ଓ ସଶକ୍ତି କାରଣ ଦିଗରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନ ସେବା ଦ୍ଵାରା ଦୃଷ୍ଟିହୀନ ଛାତ୍ର ଛାତ୍ରୀ ମାନଙ୍କୁ ରେଡ଼ିଓ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ନୟାଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକରେ ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ, ମୁମ୍ବାଇ ଙ୍କ ଆର୍ଥିକ ଓ ବୈଷୟିକ ସହାୟତାରେ ସେବା ଦ୍ଵାରା ପରିଚାଳିତ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସମନ୍ଵିତ ଶିକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ୩୦ ଜଣ ଦୃଷ୍ଟି ହୀନ ଛାତ୍ର ଛାତ୍ରୀ ମାନେ ଏହା ଦ୍ଵାରା” ରେଡ଼ିଓ ପାଠଶାଳା” ଓ “ଶିକ୍ଷା ସୁରଭି” କାର୍ଯକ୍ରମ ମାଧ୍ୟମରେ ରେଡ଼ିଓ ଦ୍ଵାରା ଘରେ ଶିକ୍ଷା ଗ୍ରହଣ କରି ପାରିବେ।ଏହି ଅବସରରେ ସେବାର ଉପ ସଭାପତି ସଞ୍ଜୟ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସର୍ବେଶ୍ଵର ପାଣିଗ୍ରାହୀ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ରାଜ୍ୟ ସରକାରଙ୍କବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଦ୍ଵାରା କୋରାନା ମହାମାରୀ ଯୋଗୁଁ ବିଦ୍ୟାଳୟ ଆସିପରୁନଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆରମ୍ଭ ହୋଇଥିବା ” ରେଡ଼ିଓ ପାଠଶାଳା” ଓ ” ସ୍ବେଚ୍ଛାସେବୀ ସଂଗଠନ “ଆଇ. ଆଇ.ସି” ଦ୍ଵାରା ଆରମ୍ଭ ହୋଇଥିବା “ଶିକ୍ଷା ସୁରଭି” କୁ ରେଡ଼ିଓ ମାଧ୍ୟମରେ ଶୁଣିବା ପାଇଁ ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ସେବାର ଏହି ରେଡ଼ିଓ ବଣ୍ଟନ କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ରୁପେ ସେବାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା ଓ ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ହରେକୃଷ୍ଣ ପରମଗୁରୁ ଯୋଗ ଦେଇ ଦୃଷ୍ଟି ହୀନ ଶିଶୁଙ୍କ ଶିକ୍ଷାଦାନ ରେ ରେଡ଼ିଓ ର ଭୂମିକା ଉପରେ ଆଲୋକପାତ କରିଥିଲେ। ସେବା ସ୍ଵତନ୍ତ୍ର ବିଦ୍ୟାଳୟ ର ଅଧକ୍ଷ ବୈକୁଣ୍ଠ ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମନ୍ଵିତ ଶିକ୍ଷା ପ୍ରକଳ୍ପର ଶିକ୍ଷୟତ୍ରୀ ଶ୍ରୀମତୀ ପାୟସ୍ୱିନି ରଥ, ଶିକ୍ଷକ ଲୋକଜିତ ପରିଡ଼ା,ନବ କିଶୋର ମଲ୍ଲିକ, ଦିଲ୍ଲୀପ କୁମାର ସାହୁ, ବିଚିତ୍ର ପ୍ରଧାନ ଓ ପ୍ରଶାନ୍ତ କୁମାର ସାହୁ ସହୋଯୋଗ କରିଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”।

Leave a Reply

Your email address will not be published. Required fields are marked *