ରଘୁନାଥପୁର କୣଷିକାର୍ଯ୍ୟାଳୟଭୋକୁଆ ବନାଉଛି ଚାଷୀଙ୍କୁ
ରଘୁନାଥପୁର ତା ୧୨/୧୧:-କୣଷି ଓ କୣଷକର ଉନ୍ନତି ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି।ହେଲେ ପ୍ରକୃତ ରେ ଏହି ଯୋଜନା କଣ ଚାଷୀ ଙ୍କ ନିକଟରେ ପହଞ୍ଚି ପାରୁଛି ଯଦିପହଞ୍ଚୁଥାନ୍ତା ତେବେ ଆମରାଜ୍ୟ କୣଷି ଉତ୍ପାଦନ ରେ ଦେଶର ପ୍ରଥମସ୍ଥାନ ଅଧିକାର କରିଥାନ୍ତା।ଅସଲକଥାହେଉଛି ଅସାଧୁ ଅଧିକାରୀ ମାନଙ୍କ ପାଇଁ ସରକାରୀ ଯୋଜନା ଠାରୁ ବହୁଦୂରେ ଆମଚାଷୀ।ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର କୣଷି କାର୍ଯ୍ୟାଳୟରେ। ଏହି କାର୍ଯ୍ୟାଳୟ ଟି ଏକ ଉଢୁଆଳରେ ରହିଥିବାରୁ ସରକାରୀ ଉଚ୍ଚପଦସ୍ତ ଅଧିକାରୀ ମାନଙ୍କ ନଜର ଏଠାରେ ପଡୁନଥିବାରୁ ଏହାର ସୁଯୋଗ ନେଇ ଏହି କାର୍ଯ୍ୟାଳୟ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କ ମନମାନିରେ ଚାଲିଛି।ଅଧିକାରୀ ମାନେ ବିଭିନ୍ନ ବାହାନା କରି ମନଇଚ୍ଛା ରେ କାର୍ଯ୍ୟାଳୟ କୁ ଆସୁଥିବାରୁ ଚାଷୀ ମାନେ କୈଣସି ପରାମର୍ଶ ନେବାପାଇଁ କାର୍ଯ୍ୟାଳୟ କୁ ଆସି ଅଧିକାରୀ ମାନଙ୍କୁ ନପାଇ ଫେରୁଥିବା ର ଅଭିଯୋଗ ଉଠିଛି।ସରକାର ଙ୍କ ପକ୍ଷରୁ ଆସୁଥିବା ସବସିଡି କୣଷିଯନ୍ତ୍ରପାତି,ସାରବିହନ,କିଟନାଷକପରି ଅନେକ ଜିନିଷ ବିଷୟରେ ଅବଗତ କରାଯାଉ ନାହିଁ ଏବଂ ମୣର୍ତ୍ତିକା ପରୀକ୍ଷା କରାଯାଇ କେଉଁ ମାଟି କେଉଁ ଫସଲପାଇଁ କେତେ ଉପଯୋଗୀ ତାହାମଧ୍ୟ କରାଯାଉ ନାହିଁ ବୋଲି ଗୋଠିଣା ଗ୍ରାମର ଚାଷୀ ଶରତ ଚନ୍ଦ୍ର ବାରିକ ଅଭିଯୋଗ କରିଛନ୍ତି। ସେହି ପରି କୣଷି ଗ୍ରାମସେବକ ମାନେ ଏହି କାର୍ଯ୍ୟାଳୟ ରେ କେତେଜଣ ଅଛନ୍ତି ସେମାନଙ୍କୁ ଚାଷୀ ଚିହ୍ନି ନାହାନ୍ତି କି ଜାଣିନାହାନ୍ତି। ସେମାନେ କେବେ ଚାଷୀଙ୍କ ପାଖରେପହଞ୍ଚି ସରକାର ଙ୍କ ସୂଚନା କି ଅନ୍ୟ ପରାମର୍ଶ ଦିଅନ୍ତି ନାହିଁ ଏବଂ କାର୍ଯ୍ୟାଳୟ ରେ ଅତି ନିଜର କିଛି ନାମକୁମାତ୍ର ଚାଷୀଙ୍କୁ ଡାକି ସରକାର ଙ୍କ ଯୋଜନା ସମ୍ପର୍କ ରେ ମିଟିଙ୍ଗ କରି କାଗଜକଲମରେ ସମସ୍ତ ଯୋଜନା ପ୍ରସ୍ତୁତ କରାଯାଇ ସରକାର ଙ୍କ ଯୋଜନାକୁ ଆତ୍ମସାତ କରି ଚାଷୀଙ୍କୁ ଭେଳିକି ଦେଖା ଉଛନ୍ତି ବୋଲି ଚାଷୀ ଅଜୟ କୁମାର ବାରିକ, ରମେଶ ଚଂଦ୍ର ମହାନ୍ତି ଏବଂ ସୁଲବ ମହାପାତ୍ର ଅଭିଯୋଗ ଉଠାଇ ଛନ୍ତି।ଅପରପକ୍ଷରେ ଏହି କାର୍ଯ୍ୟାଳୟ ଟି ବାହାରକୁ ଜରାଜିର୍ଣ ଅବସ୍ଥା ପରି ଦେଖା ଯାଉଥିବାରୁ ଚାଷୀମାନେ କାର୍ଯ୍ୟାଳୟ କୁ ଚି଼ହ୍ନ ପାରୁନାହାନ୍ତି।ଆହୁରି ମଧ୍ୟ ଜଣେଜଣେ ଗ୍ରାମ ସେବକ ଏଠାରେ ଦିର୍ଘବର୍ଷଧରି ରହିଥିବାରୁ ସରକାର ଙ୍କ ଯୋଜନା ବାଟବଣା ହେଉଛି ଏମାନଙ୍କ ବଦଳି ମଧ୍ୟ ସରକାର କରୁନାହାନ୍ତି। ଯାହାକୁ ନେଇ ଅଞ୍ଚଳରେ ଚାଷୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ଦେଖାଦେଇଛି। ରଘୁନାଥପୁର କୣଷିକାର୍ଯ୍ୟାଳୟ ରେ ଅଧିକାରୀ ମାନଙ୍କ ମନମାନି ଓ ଚାଷୀଙ୍କ ପ୍ରତିହେଉଥିବା ଅବିଚାର ଉପରେ ନଜରଦେଇ ଅସାଧୁ କର୍ମଚାରୀ ମାନଙ୍କୁ ଏଠାରୁ ବଦଳି କରିବାପାଇଁ ଚାଷୀମହଲରୁ ସରକାର ଙ୍କ ନିକଟରେ ଦାବୀହେଉଛି। ଏଠାରେ ଉଲ୍ଲେଖ ଥାଉ କି ସରକାର ଚାଷୀମାନଙ୍କ ସୁବିଧା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାପାଇଁ ଏହି ଅଞ୍ଚଳର ବହୁ ଚାଷୀ ନିବେଦନ କରିଛନ୍ତି।
