ରାଗୋତ୍ସବ-୨୦୨୪

ଭୁବନେଶ୍ଵର: ଚଳିତ ବର୍ଷ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଆସନ୍ତା ୧୮, ୧୯ ଓ ୨୦ ତାରିଖରେ ଭୁବନେଶ୍ଵରର ଉତ୍କଳ ମଣ୍ଡପଠାରେ “ ରାଗୋତ୍ସବ- ୨୦ ୨୪ “ର ଆୟୋଜନ କରିବାକୁ ଯାଉଅଛି । ଏହି କାର୍ଯ୍ୟକ୍ରମ ପ୍ରତ୍ୟହ ସଂନ୍ଧ୍ୟା ୬.୩୦ ରେ ଆରମ୍ଭ ହେବ ଏବଂ ଏହା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ପ୍ରତ୍ୟେକ ସଂନ୍ଧ୍ୟାରେ ୬ଟି ବିଭିନ୍ନ ସହରରୁ ଆସିଥିବା କଳାକାର ୨ଟି ଲେଖାଏଁ ଉପସ୍ଥାପନା ରଖିବେ । ଚଳିତ ବର୍ଷ ରାଗୋତ୍ସବର ଅନ୍ୟ ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ୨୦ ନଭେମ୍ବରରେ ପ୍ରଥମ ତାଜିନ୍ଦର ସିଂ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ। ଏହି ପୁରସ୍କାର ସ୍ୱର୍ଗତଃ ତାଜିନ୍ଦର ସିଂଙ୍କ ଉପଲକ୍ଷେ ତାଙ୍କର ଭାଇ ସର୍ଦ୍ଦାର ରାଜିନ୍ଦର ସିଂଙ୍କ ଦ୍ଵାରା ଆରମ୍ଭ କରାଯାଇଛି। ଏହି ବର୍ଷର ପୁରସ୍କାର ରାଶି ୬୦,୦୦୦ ଟଙ୍କା ରହିଛି । ଚଳିତ ବର୍ଷର ପୁରସ୍କାର ପ୍ରସିଦ୍ଧ ବଂଶୀ ବାଦକ ଗୁରୁ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ଙ୍କୁ ପ୍ରଦାନ କରାଯିବ । ପ୍ରଫେସର ମୋହିନୀଙ୍କର ୧୦୦ରୁ ଉର୍ଦ୍ଧ୍ବ ଶିଷ୍ୟ ଅଛନ୍ତି। ୧୮ ତାରିଖ ସଂନ୍ଧ୍ୟାରେ ଗ୍ବାଲିୟରରୁ ଆସିଥିବା ଶ୍ୟାମ ରସ୍ତୋଗିଙ୍କ ଦ୍ଵାରା ସିତାର, ଡଃ ଶାରଦା ପ୍ରସନ୍ନ ଦାସଙ୍କ ଦ୍ଵାରା ଭାଓଲିନ୍ ଓ ଡଃ ଜବାହାର ମିଶ୍ରଙ୍କ ଦ୍ଵାରା ବଂଶୀ ବାଦ୍ୟ ପରିବେଷଣ କରାଯିବା ସହ ପୁନେର ବିଦୂଷୀ ସାନିଆ ପାଟନାକରଙ୍କ ଦ୍ଵାରା ହିନ୍ଦୁସ୍ତାନ ଭୋକାଲ ପରିବେଷଣ କରାଯିବ। ୧୯ ତାରିଖ ସଂନ୍ଧ୍ୟାରେ ପୁରୀର କାର୍ତ୍ତିକ ଚନ୍ଦ୍ର ସାହୁ ଓଡିଶୀ ଭୋକାଲ ଓ ଧାରୱାର୍ଡର ପଣ୍ଡିତ କୁମାର ମରଦୁର ହିନ୍ଦୁସ୍ତାନୀ ଭୋକାଲ ପରିବେଷଣ କରିବେ। ୨୦ ତାରିଖ ସଂନ୍ଧ୍ୟାରେ କୋଲକାତାର ପଣ୍ଡିତ ଗୋବିନ୍ଦ ବୋଷ ଓ ତାଙ୍କ ଗ୍ରୁପ୍ ଦ୍ବାରା “ ସୁର ତାଳ ବ୍ରହ୍ମା” କାର୍ଯ୍ୟକ୍ରମ ଏବଂ ବିଶ୍ଵଜିତ୍ ମହାରଣାଙ୍କ ଦ୍ଵାରା ହିନ୍ଦୁସ୍ତାନୀ ଭୋକାଲ ପରିବେଷିତ ହେବ। ତାଜିନ୍ଦର ସିଂ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୪ ପୁରସ୍କାର ୨୦ ତାରିଖ ସଂନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମ ମଧ୍ଯରେ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *