ଗଗନ ପୃଷ୍ଟିଙ୍କ ପାଇଁ ରାହାମା ପ୍ରେସ କ୍ଲବର ଶୋକସଭା
କୁଜଙ୍ଗ/ରାହାମା-୧୧/୬-ବିଶିଷ୍ଟ ସମାଜସେବୀ ଗଗନ ବିହାରୀ ପୃଷ୍ଟିଙ୍କ ବିୟୋଗରେ ରାହାମା ପ୍ରେସ କ୍ଲବର ସମସ୍ତ ସଦସ୍ୟ ଶୋକ ପ୍ରକାଶ କରିଛନ୍ତି। ରାହାମା ସ୍ଥିତ ଆର କେ ଷ୍ଟୁଡିଓ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ସଭାପତି ବିଜୟ କୁମାର ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ସଂପାଦକ ପ୍ରମୋଦ ମଲ୍ଲିକ, ବରିଷ୍ଠ ସଦସ୍ୟ ନୃସିଂହ ଚରଣ ବାରିକ, ସାରଦା ପ୍ରସନ୍ନ ପରିଜା, ମହେନ୍ଦ୍ର ନନ୍ଦ, ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ତୃପ୍ତି ରଞ୍ଜନ ମହାନ୍ତି, ଅରକ୍ଷିତ ସ୍ବାଇଁ, ମଳୟ ପାଣି ପ୍ରମୁଖ ଉପସ୍ଥିତ ରହି ଗଗନ ପୃଷ୍ଟିଙ୍କ ସ୍ମୃତି ଚାରଣ କରିଥିଲେ। ଶ୍ରୀ ପୃଷ୍ଟି ଆନ୍ତର୍ଜାତିୟ ମାନବାଧିକାର ସଂଗଠନର ଜିଲ୍ଲା ସଭାପତି, ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟ, ପଙ୍କପାଳର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବେଶ୍ ସୁଖ୍ୟାତି ଅର୍ଜନ କରିଛନ୍ତି। ବିଏମଏସର ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ ଥାଇ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ଜଣେ ପରୋପକାରୀ,ମେଳାପୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକସଭା ପାଳନ କରାଯିବା ସହ ବନ୍ଧୁ ଓ ପ୍ରିୟ ପରିଜନଙ୍କ ପକ୍ଷରୁ ଶୋକ ପ୍ରକାଶ ପାଇଛି।
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
