ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦେଶରେ ଭଦ୍ରକ ରେ ୮ଟି ସ୍ଥାନରେ ରେଡ
। ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦେଶରେ ଭଦ୍ରକ ରେ ୮ଟି ସ୍ଥାନରେ ରେଡ ।
ଭଦ୍ରକ: ଗୋ-ମାଫିଆଙ୍କ ଘରେ ରେଡ । ଭଦ୍ରକ, ମୟୁରଭଞ୍ଜ ଓ ବାଲେଶ୍ବରେ ଜିଲ୍ଲାର ଏକାଧିକ ସ୍ଥାନରେ ପୋଲିସର ଚଢ଼ାଉ । ଭଦ୍ରକରେ ୮ଟି ଏବଂ ମୟୁରଭଞ୍ଜରେ ୧୫ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ୧୨ ଲକ୍ଷରୁ୍ ଅଧିକ ନଗଦ ଟଙ୍କା ଜବତ । ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦେଶରେ ଭଦ୍ରକ ରେ ୮ଟି ସ୍ଥାନରେ ଚାଲିଛି ରେଡ । ଜଣେ ଡ଼ିଏସପି ତିନି ଜଣ ଇନିଷ୍ପେକ୍ଟର, ୬ ପ୍ଲାଟୁନ ପୁଲିସ୍ ଫୋର୍ସ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।
ଭଦ୍ରକରେ ଗୁଜି ଦରଡ଼ା, ଅଲାରପୁର, ସନ୍ତିଆ ଆଦି ଗାଁରେ ପୁଲିସ ଚଢ଼ାଉ କରିଛି । ଗୋରୁ ମାଫିଆ ଘରୁ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ସହ ସହ ଲକ୍ଷାଧିକ ମୂଲ୍ୟର ସୁନା ଗହଣା, ସହ ସହ ଦୁଇଟା ଖଣ୍ଡା ଗୋଟେ ବନ୍ଧୁକ ଜବତ କରାଯାଇଛି ।ଭୋର୍ରୁ ଅଚାନକ ପୋଲିସ ୮ଟି ଗୋ ମାଫିଆଙ୍କ ଘର ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଏମିତିକି ଚଢାଉ ବେଳେ କେତେକ ମାଫିଆ ସିକ୍ରେଟ ଚ୍ୟାମ୍ୱର୍ ରେ ଲୁଚିଥିବା ବେଳେ ପୋଲିସ ଠାବ କରିଛି ।

ତେବେ ଭଦ୍ରକ ଏସପି ମନୋଜ ରାଉତଙ୍କ ସୂଚନା ଅନୁଯାୟୀ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ନାମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋ ତସ୍କରି ଓ ଗୋ ମାଂସ ଚାଲାଣ ନେଇ ମାମଲା ରହିଛି । ଚଢ଼ାଉ ବେଳେ ସମୁଦାୟ ୧୨ ଲକ୍ଷ ୧୩ ହଜାର ୪୧୦ ଟଙ୍କା ଜବତ ହୋଇଛି । ସମାନ ଭାବେ ୧କିଲୋ ୫୯୫ ମିଲିଗ୍ରାମ ସୁନା ଅଳଙ୍କାର , ୪ କିଲୋ ୨୩୦ ମିଲିଗ୍ରାମ୍ ରୂପା ଅଳଙ୍କାର ଜବତ୍ କରିଛି ପୋଲିସ ।
ଗୋ ଚାଲାଣରେ ବ୍ୟବହୃତ ୫ଟି ଚାରି ଚକିଆ ଗାଡ଼ି ସହ ୬ଟି ମୋଟର ସାଇକେଲ ଓ ମାରଣାସ୍ତ୍ର ଜବତ ହୋଇଛି । ତେବେ ଏହି ଗୋ ମାଫିଆଙ୍କ ବାହାର ରାଜ୍ୟର ଲିଙ୍କ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଗାମୀ ଦିନରେ ବେଆଇନ ଗୋ ଚାଲାଣ ରୋକିବା ଦିଗ ରେ ପୋଲିସ ଅଧିକ ଧ୍ୟାନ ଦେବ ବୋଲି ପୋଲିସ କହିଛି ।
