ନାବାଳିକା ଅପହରଣ ଅଭିଯୋଗ
ଫେସବୁକରୁ ପ୍ରେମ ପ୍ରତାରଣା ଖବର ଏବେ ନିତିଦିନିଆ ଖବରରେ ପହଞ୍ଚିଲାଣି ଦୈନିକ ଖବରକାଗଜ ରେ ଭିନ୍ନ ଭିନ୍ନ ପ୍ରେମ ପ୍ରତାରଣା ଖବର ପ୍ରସାରିତ ହେଉଥିବା ବେଳେ ଅସ୍ତରଙ୍ଗ ଅଞ୍ଚଳର ନିଆରା ଫେସବୁକ ପ୍ରେମ ଘଟଣାକୁ ନେଇ ନାହିଁ ନଥିବା ହାଇରାଣ ହରକତ ହେଲେଣି ଅସ୍ତରଙ୍ଗ ପୋଲିସ ବିଶେଷ ସୁତ୍ରରୁ ଖବର ମୁତାବକ ମାଲକାନଗିରି ଅଞ୍ଚଳର ମମତା (ଛନ୍ଦ୍ମନାମ) ଅସ୍ତରଙ୍ଗ ଅଞ୍ଚଳର ନିଜ ସମ୍ପର୍କୀୟଙ୍କ ଘରେ ରହି ନିକଟସ୍ଥ କଲେଜରେ ପାଠ ପଢୁଥିଲେ। ଫେସବୁକ୍ ଦେଖିବା ରିଲ କରିବା ପରିବାର ପାଇଁ ହେଇଗଲା କାଳ ଗଡିଶାଗଦା ନଇକୁଳପାଟଣା ଗ୍ରାମର ଶିବ ବେହେରା ଙ୍କ ପୁତ୍ର ଶ୍ରୀତମ ବେହେରା ଓଠରେ ଲିପି ଷ୍ଟିକ୍ ମୁହିଁ ରେ ପାଉଡର ମାରି ରିଲ୍ କରି ମେସେଜ ପଠାଇଲା ଏମିତି ବାରମ୍ବାର ପଠେଇବା ପରେ ଜୈନିକ ଯୁବତୀ ଜଣକ ନିଶାଡି ପ୍ରେମିକ ଶ୍ରୀତମ ବେହେରା ଙ୍କ ଜାଲରେ ପଡିଗଲେ କଥା ଆଗକୁ ବଢିଲା ନମ୍ବର ଦିଆନିଆ ହେଲା ଫେସବୁକ୍ ରୁ ରିଲ ପ୍ରେମ ଏତେ ହେଲା ଯେ ପରୀକ୍ଷା ଶେଷ ଦିନ ନିଶାଡି ପ୍ରେମିକ ଶ୍ରୀତମ ଙ୍କ ସାଥିରେ ଫେରାର ହେଇଗଲା ନାବାଳିକା ପ୍ରେମିକ ଥାନାରେ ପହଞ୍ଚିଲା ମାମଲା ରୁଜ୍ଜୁ ମୋକଦ୍ଦମା ଅସ୍ତରଙ୍ଗ ପୋଲିସ ୪୨/୨୫ ମୋକଦ୍ଦମା ରୁଜ୍ଜୁ କଲା ଗଡିଶାଗଦା ଅଞ୍ଚଳ ରେ ଛାନଭିନ କଲା କିନ୍ତୁ ଗଡିଶାଗଦା ପୋଲିସ ନାବାଳିକା ପ୍ରେମକୁ ସ୍ବୀକୃତି ଦେଇ ନିଶାଡି ଯୁବକଙ୍କୁ ଫେରାର କରିବାରେ ସକ୍ଷମ ହେଲା। ଏଠି ପ୍ରଶ୍ନ ଉଠୁଛି ପୋଲିସ କ’ଣ ପୋଲିସ ବିରୋଧୀ ନାଁ ଆଇନ୍ ଆଇନ୍ ବିରୋଧୀ ଦୁଇ ଦୁଇ ଥର ଅସ୍ତରଙ୍ଗ ପୋଲିସ ଗଡିଶାଗଦା ଅଞ୍ଚଳ ଚଢ଼ାଉ କରିଥିବା ବେଳେ କାହିଁକି ଖାଲି ହାତରେ ଫେରିଲା। ଯୁବକ ଙ୍କ ବାପା ଥାନାରେ ମହଲତ ନେଇ ପୁଅ, ନାବାଳିକା ଝିଅ କୁ ହାଜର କରିବେ ବୋଲି ଲିଖିତ ଚୁକ୍ତିନାମା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ ଗଡିଶାଗଦା ପୋଲିସ। ଅସ୍ତରଙ୍ଗ ପୋଲିସର ଅଧିକାରୀ ମାନଙ୍କୁ ଗଡିଶାଗଦା ପୋଲିସ ଘଣ୍ଟା ଘଣ୍ଟା କେଉଁ ନିୟମ ଆଧାରରେ ବସେଇ ରଖିଲା ବିଭାଗୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ପୂର୍ବତନ ଥାନା ଅଧିକାରୀ ମନୋରଞ୍ଜନ ନାୟକ କହିଛନ୍ତି। ପ୍ରାପ୍ତ ସୂଚନା ମୁତାବକ ନାବାଳିକା ଝିଅ ର ପରିବାର ଲୋକେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଗଡିଶାଗଦା ପୋଲିସର ପାରିବା ପଣିଆକୁ ପ୍ରଶ୍ନ କରି ଲିଖିତ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ଆମ ପ୍ରତିନିଧି ଫୋନ ମାଧ୍ୟମରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ମୁଁ ଅସ୍ତରଙ୍ଗ ଥାନା ଅଧିକାରୀଙ୍କ ସହିତ କଥା ହେଇଛି ବହୁ ଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।
