ରାଇକିଆରେ ବିଜେପି ପକ୍ଷରୁ ବିଜେପି ପ୍ରତିଷ୍ଠା ଦିବସ ପାଳିତ


ରାଇକିଆ /୭/୨୫:କନ୍ଧମାଳ ଜିଲ୍ଲା ରାଇକିଆ ବନଦୁର୍ଗା ମନ୍ଦିର ପରିସର ରେ ଭାରତୀୟ ଜନତା ପାର୍ଟି (ବିଜେପି)ରାଇକିଆ ମଣ୍ଡଳୀ ପକ୍ଷରୁ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉତ୍ସବମୟ ପରିବେଶରେ ପାଳିତ ହୋଇ ଯାଇଅଛି। ଏହି ଅବସରରେ ରାଇକିଆ ମଣ୍ଡଳ ବିଜେପି ସଭାପତି ସନ୍ତୋଷ କୁମାର ପାତ୍ର ଙ୍କ ନେତୃତ୍ୱ ରେ ଅନେକ ସ୍ଥାନୀୟ ବିଜେପି ନେତା, କର୍ମୀ,କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମ ରେ ବିଜେପିର ଐତିହ୍ୟ, ଲକ୍ଷ୍ୟ ଓ ସଂଗଠନ ର ଭୂମିକା ଉପରେ ଆଲୋଚନା ହୋଇଥିଲା। ବିକାଶ, ରାଷ୍ଟ୍ରପ୍ରେମ ଓ ସେବା ଭାବନାକୁ କେନ୍ଦ୍ର କରି ସଦସ୍ୟ ନିଜ ଅଭିଭାଷଣ ମାଧ୍ୟମରେ ସନ୍ଦେଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନାରାୟଣ ମହାନ୍ତି, ବିପିନ ବିହାରୀ ପଣ୍ଡା, ଅରୁଣ ପଣ୍ଡା, ଗଦାଧର ସାହୁ, ମିଟୁ ବିଶ୍ୱାଳ, ମନୋଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ.।

Leave a Reply

Your email address will not be published. Required fields are marked *